‘ଜଗା ଜାସୁସ୍’ ଫ୍ଲପ୍ ହେଲେ ଫେରେଇଦେବି ବିତରକଙ୍କ ପଇସା : ରଣବୀର

19

ରଣବୀର କପୁର ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଜଗା ଜାସୁସ୍’ ରିଲିଜ୍ ହୋଇଯାଇଛି । ଏହି ଫିଲ୍ମକୁ ମିଳିତ ଭାବେ ରଣବୀର , ଅନୁରାଗ ବସୁ ଓ ସିଦ୍ଧାର୍ଥ ରାୟ କପୁର ପ୍ରଡ୍ୟୁସ୍ କରିଛନ୍ତି । ନିକଟରେ ଏକ ପ୍ରମୋଶନାଲ୍ ଇଭେଣ୍ଟରେ ରଣବୀର କହିଛନ୍ତି ଯଦି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିବନି, ତ ଡିଷ୍ଟ୍ରିବ୍ୟୁଟର୍ସଙ୍କ ପଇସା ଫେରେଇ ଦେବି ।

ଏକ ପ୍ରମୋଶନାଲ ଇଭେଣ୍ଟରେ ରଣବୀର କପୁରଙ୍କୁ ‘ଟ୍ୟୁବଲାଇଟ’ର ଅସଫଳ ହେବାରେ ଡିଷ୍ଟ୍ରିବ୍ୟୁଟର୍ସଙ୍କ ପଇସା ଫେରେଇବା ବିଷୟରେ ପ୍ରଶ୍ନ ପଚରାଯାଇଥିଲା । ସେ କହିଥିଲେ ‘ ଏମିତି ୧୯୫୦ରେ ମୋର ଜେଜେ ରାଜ କପୁରଙ୍କ ଫିଲ୍ମ ସମୟରୁ ହୋଇଆସୁଛି । ଫିଲ୍ମ ଏମିତି ତିଆରି ହୁଏ , ଯେମିତି ଏଥିରୁ କେବଳ ପ୍ରଯୋଜକମାନେ ନୁହେଁ ବିତରକମାନେ ଓ ସିନେମା ହଲ୍ ମାଲିକ ସମସ୍ତେ ଅର୍ଥ କମାଇଥାନ୍ତି । ଅନେକ ଥର ଏଥିରୁ ବହୁତ ପଇସା ମିଳିଥାଏ ତ ବେଳେବେଳେ ଏଥିରୁ କ୍ଷତି ବି ସହିବାକୁ ପଡିଥାଏ ।’