ଆଇଏଏସ୍ ସ୍ତରରେ ଅଦଳବଦଳ: ସୁଶୀଲ ଲୋହାନୀ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ୨୦୧୭ ବ୍ୟାଚର ୫ ଆଇଏଏସଙ୍କୁ ମିଳିଲା ପ୍ରଥମ ଦାୟିତ୍ୱ ।

640

କନକ ବ୍ୟୁରୋ: ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦବଦଳ । ୧୯୯୩ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଦାୟିତ୍ୱଥିରେ ଥିବା ସୁରେନ୍ଦ୍ର କୁମାର ହେଲେ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ । ତେବେ ସୁରେନ୍ଦ୍ରଙ୍କ ସ୍ଥାନରେ ସୁଶୀଲ କୁମାର ଲୋହାନୀଙ୍କୁ ମିଳିଲା ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ।

ସବୁଠାରୁ ବଡ଼କଥା ହେଲା, ୨୦୧୭ ବ୍ୟାଚର ଆଇଏଏସ୍ ଅଫିସର ସୋମେଶ କୁମାର ଉପାଧ୍ୟାୟଙ୍କୁ ଓମଫେଡ୍ ସିଜିଏମ୍ ଦାୟିତ୍ୱ ଦେଇଥିବାବେଳେ ୨୦୧୭ ବ୍ୟାଚର ଆଇଏଏସ୍ ଅଫିସର ପି ଅନ୍ୱେଶା ରେଡ୍ଡିଙ୍କୁ ଓଏମସିର ଇଡି ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସେହିପରି ୨୦୧୭ ବ୍ୟାଚର ପାଟିଲ ଆଶିଷ ଇଶ୍ୱରଙ୍କୁ ମଧ୍ୟ ଗ୍ରୀଡକୋ ଇଡି ଦାୟିତ୍ୱ ପ୍ରଦାନ କରାଯାଇଛି ।

ସେପଟେ ୨୦୧୭ ବ୍ୟାଚର ଅନ୍ୟ ଦୁଇ ନବ ନିଯୁକ୍ତ ଆଇଏଏସ୍ ଅଫିସର ଦିବାକର ଟି.ଏସଙ୍କୁ ଓକାକର ଓଏସଡି ଦାୟିତ୍ୱ ମିଳିଥିବାବେଳେ, ହେମକାନ୍ତ ସାୟଙ୍କୁ ଓଟିଡିସିର ଭାରାପ୍ରାପ୍ତ ନିର୍ଦ୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ୨୦୧୭ ବ୍ୟାଚର ଏହି ୫ ଆଇଏଏସ୍ ଅଫିସରଙ୍କୁ ପ୍ରଥମ କରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ଦାୟିତ୍ୱ ପ୍ରଦାନ କରାଯାଇଛି ।