ଲକ୍ଷ୍ମୀସାଗରରେ ଅଭାବନୀୟ ଘଟଣା । ପୁଅ ଓ ଝିଅ ସ୍କୁଲ ଯାଇଥିବା ବେଳେ ବାପା ଓ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର ।

379

କନକ ବ୍ୟୁରୋ : ସ୍ମାର୍ଟସିଟିରେ ଅଭାବନୀୟ ଘଟଣା । ରାଜଧାନୀରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ । ଲକ୍ଷ୍ମୀସାଗର ସିଦେ୍ଧଶ୍ୱରୀ ଆପାଟମେଣ୍ଟରେ ଅଘଟଣ । ସ୍ୱାମୀ, ସ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଘଟଣାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି ।

ପୁଅ, ଝିଅ ସ୍କୁଲ ଯାଇଥିବା ବେଳେ ଫ୍ୟାନରେ ଓଢ଼ଣୀ ଲଗାଇ ସ୍ୱାମୀ, ସ୍ତ୍ରୀ ଝୁଲି ପଡ଼ିଥିବା ସୂଚନା ରହିଛି । ତେବେ ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସୌଭାଗ୍ୟବସତ ସ୍ୱାମୀଙ୍କ ଜୀବନ ବଞ୍ଚି ଯାଇଛି । ତେବେ କ’ଣ ପାଇଁ ଦମ୍ପତି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।