ବାହାନଗା ଟ୍ରେନ ଦୁର୍ଘଟଣାର ସତ : ଷ୍ଟେସନ ମାଷ୍ଟରଙ୍କ ଅବହେଳାକୁ ଦାୟୀ

612

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ପାଇଁ କିଏ ଦାୟୀ ? ସିଗନାଲରେ ତ୍ରୁଟି ଓ ଷ୍ଟେସନ୍ ମାଷ୍ଟରଙ୍କ ଅବହେଳା ଯୋଗୁଁ ଦୁର୍ଘଟଣା ଘଟିଥିବା ରେଲୱେ ସେଫଟି କମିଶନର ବା ସିଆରଏସ୍ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ ଦୁର୍ଘଟଣା ଦିନ ସିଗନାଲ ଓ ଟେଲିକମ୍ ଷ୍ଟାଫ୍ ଗୁରୁତର ତ୍ରୁଟି କରିଥିଲେ ।

ଯେଉଁଥିପାଇଁ ସିଗନାଲ ଗ୍ରାଉଣ୍ଡ ଓ ସିଗନାଲ ସିଷ୍ଟମରେ ମିସମ୍ୟାଚ୍ ହୋଇଥିଲା ଓ ଦୁର୍ଘଟଣା ଘଟିିଥିଲା । ତଦନ୍ତ ରିପୋର୍ଟ ଅନୁସାରେ, ସିଗନାଲରେ ପୂର୍ବରୁ ତ୍ରୁଟି ଦେଖାଉଥିଲା । ସିଗନାଲ ସୁଇଚ୍ ଅନ୍ ପରେ ଇଣ୍ଟରଲକିଂ ସିଷ୍ଟମ ୧୪ ସେକେଣ୍ଡରେ ପରିବର୍ତ୍ତନ ହୋଇଥାଏ । ମାତ୍ର ସିଗନାଲ ପରିବର୍ତ୍ତନ ପାଇଁ ୩୭ ସେକେଣ୍ଡ ସମୟ ନେଇଥିଲା । ଷ୍ଟେସନ୍ ମାଷ୍ଟର ଏଭଳି ଅସ୍ୱାଭାବିକ ପରିବର୍ତ୍ତନକୁ ଅଣଦେଖା କରିଥିଲେ ।

ଯଦି ଷ୍ଟେସନ୍ ମାଷ୍ଟର ଏହି ଅସ୍ୱାଭାବିକ ପରିବର୍ତ୍ତନ ପାଇଁ ରିପୋର୍ଟ କରିଥାନ୍ତେ, ତେବେ ଏଭଳି ଦୁର୍ଘଟଣାକୁ ରୋକାଯାଇପାରିଥାନ୍ତା ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି । ସେହିପରି ତଦନ୍ତ ରିପୋର୍ଟରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିଛି । ବାହାନଗା ଷ୍ଟେସନରେ ଆଧୁନିକୀକରଣକୁ ଗୁରୁତ୍ୱ ଦିଆଯାଉନଥିଲା । ୨୦୧୮ରେ ବାହାନଗା ଷ୍ଟେସନର ସିଗନାଲ ସର୍କିଟ ପଏଣ୍ଟ ବଦଳିଥିଲା । କିନ୍ତୁ ଏହତ ପରିବର୍ତନକୁ ଡକ୍ୟୁମେଂଟେସନ୍ କରାଯାଇନଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି ।