ଅଯୋଧ୍ୟା ଯାଇ ରାମଲାଲାଙ୍କୁ ଦର୍ଶନ କରିବେ ରାହୁଲ ଗାନ୍ଧି, କେବେ କରିବେ ଦର୍ଶନ ସେନେଇ ହୋଇନାହିଁ ସ୍ପଷ୍ଟ ।

118

କନକବ୍ୟୁରୋ: ଆମେଠେୀରେ ନିର୍ବାଚନ ଲଢିବା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଅଯୋଧ୍ୟା ଯାଇ ରାମଲାଲାଙ୍କୁ ଦର୍ଶନ କରିବେ । ଏଭଳି କିଛି ସୂଚନା ଦିଆଯାଇଛି କଂଗ୍ରେସ ପକ୍ଷରୁ । ୱାୟାନାଡ ପରେ ଆମେଠୀରେ ରାହୁଲ ପ୍ରତିନ୍ଦ୍ୱନ୍ଦିତା କରୁଥିବା ନେଇ ଆଲୋଚନା ହୋଇଛି । । କଂଗ୍ରେସ ସୁତ୍ର ଅନୁଯାୟୀ ରାହୁଲ ଗାନ୍ଧି ରାମଲାଲାଙ୍କୁ ଦର୍ଶନ କରିବେ ।

ତେବେ ସେ କେଉଁଦିନ ଦର୍ଶନ କରିବେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସେ ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କ ସହ ଯାଇ ରାମଲାଲାଙ୍କୁ ଦର୍ଶନ କରିବେ ଆସନ୍ତାକାଲି ୱାୟାନାଡରେ ଭୋଟ୍ ଦେବା ପରେ ରାହୁଲଙ୍କ ନାମ ଘୋଷଣା କରାଯାଇପାରେ । ଏହା କଂଗ୍ରେସ ପକ୍ଷରୁ କୁହାଯାଇଛି ।

ସେପଟେ ବିଜେପିର ସ୍ମୃତି ଇରାନୀ ସୋମବାର ଦିନ କହିଛନ୍ତି ଯେ ରାହୁଲ ଗାନ୍ଧୀ ୨୬ ଏପ୍ରିଲରେ ୱାୟନାଡରେ ଭୋଟ୍ ଦେବା ପରେ ଆମେଠୀକୁ ଆସିବେ। ସ୍ମୃତି କହିଛନ୍ତି ଯେ ଜାତି ନାମରେ ଲୋକଙ୍କୁ ଭାଗ କରିବା ସହିତ ରାହୁଲ ମନ୍ଦିରରୁ ମନ୍ଦିରକୁ ଯିବେ। ୨୦୧୯ ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀ ତତ୍କାଳୀନ ସାଂସଦ ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଆମେଠୀରୁ ପରାସ୍ତ କରିଥିଲେ।

ତେବେ କଂଗ୍ରେସ ଏପର୍ୟ୍ୟନ୍ତ ଆମେଠୀରେ ପ୍ରାର୍ଥୀ ଘୋଷଣା କରି ନାହିଁ। ରାହୁଲ ଗାନ୍ଧି କେରଳର ୱାୟାନାଡା ଆସନରୁ ୨୦୧୯ ଲୋକସଭା ନିର୍ବାଚନରେ ଜିତିଛନ୍ତି ଏବଂ ୨୦୨୪ ମସିହାରେ ମଧ୍ୟ ସେଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏପ୍ରିଲ ୨୬ ରେ ୱାୟାନାଡରେ ଦ୍ୱିତୀୟ ପର୍ୟ୍ୟାୟରେ ମତଦାନ ଅନୁଷ୍ଠିତ ହେବ ।