ସାଢେ ୧୧ଟା ବେଳକୁ ୪୦ ଡିଗ୍ରୀ ଟପିଲା ରାଜଧାନୀର ତାପମାତ୍ରା । ୪୧.୧ ଡିଗ୍ରୀ ଖରା ସହ ସହ ସନ୍ତୁଳି ହେଉଛନ୍ତି ରାଜଧାନୀବାସୀ

137

କନକ ବ୍ୟୁରୋ: ଦିନ ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ପାର୍ କଲା ରାଜଧାନୀର ତାପମାତ୍ରା । କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ, ତା ସହ ଚାନ୍ଦବାଲି, ବାଲେଶ୍ୱର, ଝାରସୁଗୁଡା ଏବଂ ହୀରାକୁଦ ସହରର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ଟପିଛି । ମିଳିଥିବା ସୂଚନା ମୁତାବକ, ଗୁରୁବାର ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧.୧ ଡିଗ୍ରୀ ରହିଛି, ସେହିପରି ବାଲେଶ୍ୱରରେ ୪୧ ଡିଗ୍ରୀ, ଚାନ୍ଦବାଲିରେ ମଧ୍ୟ ୪୧ ଡିଗ୍ରୀ, ଝାରସୁଗୁଡାରେ ୪୦.୪ ଡିଗ୍ରୀ, ହୀରାକୁଦରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ କେନ୍ଦୁଝରର ତାପମାତ୍ରା ୩୯.୬ ଡିଗ୍ରୀ, ସମ୍ବଲପୁରରେ ୩୯ ଡିଗ୍ରୀ, ରାଉରକେଲାରେ ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।