ମେଲରେ ବଡ଼ ଫାଇଲ୍ ପଠାଇବା ପାଇଁ ସମୟ ଲାଗୁଛି କି ! ଆପଣାନ୍ତୁ ଏହି ବାଟ . .

17

ଅନେକ ସମୟରେ ଏମିତି ହୋଇଥାଏ ମେଲରେ କୌଣସି ଫାଇଲ୍ ପଠାଇବା ବେଳେ ଘଂଟା ଘଂଟା ଅପେକ୍ଷା କରିବାକୁ ପଡିଥାଏ । ଜିମେଲରେ ୨୫ଏମବିରୁ ବଡ ଫାଇଲ୍ ପଠାଇବାକୁ ହେଲେ ଗୁଗୁଲ୍ ଡ୍ରାଇଭ୍ ବ୍ୟବହାର କରିବାକୁ ପଡିଥାଏ । ଯେଉଁଥିପାଇଁ ପ୍ରାୟ ଏକ ଘଂଟାରୁ ଅଧିକ ସମୟ ଲାଗିଥାଏ । ହେଲେ କଣ ଆପଣ ଜାଣନ୍ତି ଇଂଟରନେଟରେ ବଡ଼ ବଡ଼ ଫାଇଲ୍ ପଠାଇବା ପାଇଁ ଅନେକ ୱେବସାଇଟ୍ ଅଛି । ଯାହା ଦ୍ୱାରା ଏପରି ଫାଇଲ୍ କିଛି ମିନିଟ୍ ମଧ୍ୟରେ ପଠାଇପାରିବେ ।

ଏବେ ନଜର ପକାନ୍ତୁ କେମିତି ପଠାଇବେ ବଡ଼ ଫାଇଲ୍ :

ଫାଇଲମେଲ୍ ଡଟ୍ କମ୍ : ଫାଇଲମେଲ୍ ଡଟ୍ କମ୍ ଜିମେଲ୍ ଏବଂ ୟାହୁ ଠାରୁ ଖୁବ୍ ଶୀଘ୍ର ଫାଇଲ୍ ଅପଲୋଡ୍ କରିଥାଏ । ଏହି ସାଇଟ୍ ମାଧ୍ୟମରେ ୧୫ଏମବି ସାଇଜର ଫାଇଲ୍ ମାତ୍ର କିଛି ସେକେଣ୍ଡ୍ ଭିତରେ ଅପଲୋଡ୍ କରିପାରିବେ । ଅର୍ଥାତ୍ ଦେଢ ଘଂଟାର ସିନେମା ମାତ୍ର ଅଳ୍ପ କିଛି ମିନିଟ୍ ମଧ୍ୟରେ ଅପଲୋଡ୍ କରିବାର କ୍ଷମତା ରଖିଛି ଫାଇଲମେଲ୍ ଡଟ୍ କମ୍ । ଏକ ଜିବିର ଫାଇଲକୁ ମାତ୍ର ୭୦ ସକେଣ୍ଡରେ ଅପଲୋଡ୍ କରିପାରିବେ ।

ପ୍ଲସଟ୍ରାନ୍ସଫର୍ : ଆକାଉଂଟ୍ ତିଆରି ନକରି ଏହି ୱେବସାଇଟ୍ ମାଧ୍ୟମରେ ୨୧ ଜିବିର ଫାଇଲ୍ ପଠାଯାଇପାରିବ । ସେହିପରି ଫାଇଲ୍ ଟୁ ଫ୍ରେଣ୍ଡ୍ ୱେବସାଇଟ୍ ଜରିଆରେ ୫ ଜିବି ପର୍ଯ୍ୟନ୍ତ ଫାଇଲ୍ ମାତ୍ର ଅଳ୍ପ ସମୟ ମଧ୍ୟରେ ପଠାଇପାରିବେ ।

କିପରି କରିବେ ବ୍ୟବହାର :
ବଡ ଫାଇଲ୍ ପଠାଉଥିବା ଅଧିକାଂଶ ୱେବସାଇଟ୍ ବିନା ଆକାଉଂଟରେ ଡାଟା ପଠାଇଥାଏ । ତେବେ ଏହି ସାଇଟକୁ ଯିବା ପରେ ଯାହାଙ୍କ ପାଖକୁ ଫାଇଲ୍ ପଠାଇବାକୁ ଚାହୁଁଛନ୍ତି ତାଙ୍କ ଇମେଲ୍ ଆଡ୍ରେସ୍ ଦେବାକୁ ପଡିବ । ଏହା ପରେ ସିଧା ଫାଇଲ୍ ଅପଲୋଡ୍ କରି ପଠାଇପାରିବେ । ଥରେ ଫାଇଲ୍ ଅପଲୋଡ୍ ହେବା ପରେ ସାଇଟ୍ ନିଜେ ହିଁ ସେହି ବ୍ୟକ୍ତିଙ୍କୁ ମେଲ୍ ପଠାଇଦିଏ ଯାହାଙ୍କ ଇମେଲ୍ ୱେବସାଇଟରେ ସବମିଟ୍ ହୋଇଥାଏ । ଏହା ପରେ ତାଙ୍କୁ ମେଲରେ ଏକ ୟୁଆରଏଲ୍ ଲିଙ୍କ୍ ମିଳିଥାଏ ଯେଉଁଠାରୁ ଫାଇଲ୍ ଡାଉନଲୋଡ୍ ହୋଇଥାଏ ।