କେମିତି କରିବେ ମନକୁ ନିୟନ୍ତ୍ରଣ ? ସଫଳତା ସୂତ୍ର କହିଲେ ସ୍ୱାମୀ ମୁକୁନ୍ଦାନନ୍ଦ

467

କନକ ବୁରୋ : ବେଳେ ବେଳେ ମନ ଅବାଟକୁ ଚାଲିଯାଏ, ଫଳରେ ନାନା ସମସ୍ୟା ଓ ଅସୁବିଧା ସୃଷ୍ଟି ହୁଏ । ଆଜି ସ୍ୱାମୀ ମୁକୁନ୍ଦାନନ୍ଦଙ୍କଠାରୁ ଶୁଣିବା କିପରି ନିଜ ମନକୁ ନିୟନ୍ତ୍ରଣରେ ରଖି ହେବ । ମୁକୁନ୍ଦାନନ୍ଦଙ୍କ କହିବା ଅନୁସାରେ ଦୁଇଟି କଥା । ଗୋଟିଏ ହେଲା ମନ, ଅନ୍ୟଟି ହେଲା ବୁଦ୍ଧି । ମନ ଚାହେଁ ଏବେ ହିଁ ଆନନ୍ଦ ମିଳୁ ।

ମନର ଦୁଇଟି ଲକ୍ଷ୍ୟ, ବର୍ତ୍ତମାନର ସୁଖକୁ ବଢ଼ାଇବା, ଆଉ ବର୍ତ୍ତମାନରେ ଯଦି କୌଣସି ଦୁଃଖ ମିଳୁଛି, ତାଠୁ ଦୂରେଇବା । କିନ୍ତୁ ଯାହା ସୁଖର ମାର୍ଗ, ତାହା ସବୁବେଳେ କହିହେବ ନାହିଁ ଯେ, ଏହା ହିଁ ଉନ୍ନତିର ମାର୍ଗ । ଉନ୍ନତି ପାଇଁ ଆମକୁ କଷ୍ଟ ସହିବାକୁ ହେବ । ଯଦି ଆମେ ଉନ୍ନତି ଚାହୁଁଛନ୍ତି, ତାହେଲେ ଆମକୁ ବୁଦ୍ଧିର ପ୍ରୟୋଗ କରିବାକୁ ହେବ । ଏହା ବିଷୟରେ ଶ୍ରୀମଦ ଭଗବଦ୍ ଗୀତାରେ ମଧ୍ୟ କୁହାଯାଇଛି ।