ସିନେ ଦୁନିଆରୁ କିଛି ସମୟ ବାହର କରି ବଲିଉଡର ହଟ୍ ନାୟିକା ସନ୍ନି ଲିଓନି ପୁଣି ଥରେ ପାଠ ପଢିବା ପାଇଁ ମନ ବଳାଇଛନ୍ତି । ଏଥିଯୋଗୁଁ ସନ୍ନି ଲିଓନି ଆଉଥରେ ସ୍କୁଲରେ ନାମ ଲେଖାଇଛନ୍ତି । ଏବେ ସନ୍ନି ଆମେରିକାର ଲସ ଏଞ୍ଜିଲିସରେ ଅଛନ୍ତି, ଯେଉଠି ସେ ସ୍କ୍ରିପ୍ଟ ଲେଖା ଓ ଏଡିିଟିଙ୍ଗରେ ନାମ ଲେଖାଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସନ୍ନି ଲିଓନି ବଲିଉଡରେ ଶେଷଥର ପାଇଁ ଶାହାରୁଖ ଖାନଙ୍କ ସିନେମା ‘ରଇସ’ରେ ‘ଲୈଲା ମେଁ ଲୈଲା’ ଆଇଟମ ନମ୍ବରରେ ନଜର ଆସିଥିଲେ । ସୂତ୍ର ଅନୁସାରେ ସନ୍ନି ଏବେ ସିନେମାରେ ପ୍ରତିଟି ଛୋଟ ଛୋଟ ଜିନିଷକୁ ଭଲରେ ଜାଣିବା ପାଇଁ ପଢିବା ପାଇଁ ଚାହୁଁଛନ୍ତି । ଏହାସହ ସେ ନିଜର ନୁଆ ପାଠ୍ୟକ୍ରମକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । ବହୁତ ଯଲଦି ସେ ସିନେମା ବିଷୟରେ ବହୁତ କିଛି ଶିଖି ଫେରିବେ ବୋଲି ସୂଚନା ମିଳିଛି ।