ଅନୁଗୁଳ : ନଗାଁ ପଂଚାୟତରେ ଭୟାବହ ଅଗ୍ନିକାଣ୍ଡ, ୧୦ଟି ଛେଳି, ୨ଟି ବଳଦ ଓ ଗୋଟିଏ ଗାଇ ଜୀବନ୍ତ ଦଗ୍ଧ

66

କନକ ବ୍ୟୁରୋ : ଅନୁଗୁଳ ଆଠମଲ୍ଲିକ ନଗାଁ ପଂଚାୟତରେ ଭୟାବହ ଅଗ୍ନିକାଣ୍ଡ । ନଗାଁ ପଂଚାୟତ ଅନ୍ତଶିଙ୍ଗା ଗାଁରେ ନିଆଁ ଲାଗି ୨୧ ବଖରା ଘର ପୋଡି ପାଉଁଶ ହୋଇଛି । ଏଥିରେ ମଣିଷଙ୍କ ମୃତାହତ ହୋଇନଥିବା ବେଳେ ୧୦ଟି ଛେଳି, ୨ଟି ବଳଦ ଓ ଗୋଟିଏ ଗାଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହାସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ହଠାତ ନିଆଁ ଲାଗିଥିଲା । ତେବେ ଦମକଳ ବାହିନୀ ପଂହିଚି ନିଆଁକୁ ଆୟତ କରିବା ବେଳେକୁ ୨୧ ବଖରା ଘର ପୋଡି ପାଉଁଶ ହୋଇସାରିଥିଲା ।