ବିହାରରେ ଥମୁନି ବିଶାକ୍ତ ମଦମୃତ୍ୟୁ, ଏବେ ଛପରା ଜିଲ୍ଲାରେ ୭ ମୃତ

52

କନକ ବ୍ୟରୋ : ବିହାରର ଛପରା ଜିଲ୍ଲାରେ ବିଶାକ୍ତ ମଦ ପିଇ ୭ ଜଣଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି କି ଆହୁରି ଅନେକ ଲୋକ ଏବେ ବିଶାକ୍ତ ମଦ ପିଇ ଚିକିତ୍ସାଧିନ ଅବସ୍ଥାରେ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ । ସୂଚନା ମୁତାବକ ଛପରା ଜିଲ୍ଲାର ଡୋଇଲା ଗାଁର କିଛି ଲୋକ ଏହି ମଦ ପିଇବା ପରେ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ତୁରନ୍ତ ମେଡିକାଲ ନେବାକୁ ବ୍ୟବସ୍ଥା କରାଯାଉଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏହାପରେ ମେଡିକାଲରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ହେଲେ ଏବେ ବି କିଛି ଲୋକ ଚିକିତ୍ସାଧିନ ଅଛନ୍ତି ।

କହିରଖୁ କି ବିହାରରେ ଅନେକ ବର୍ଷ ତଳୁ ସରକାର ରାଜ୍ୟରେ ମଦ ବ୍ୟାନ କରିଛନ୍ତି । ହେଲେ ଦୈନିକ ରାଜ୍ୟରେ ବିଶାକ୍ତ ମଦମୃତ୍ୟୁ ଘଟଣା ସମ୍ନାକୁ ଆସୁଛି । ଏହା ପୂର୍ବରୁ ଜେଡିୟୁ ଓ ବିଜେପି ମେଣ୍ଟ ସରକାରରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳୁଥିଲା । ଏହାକୁ ନେଇ ବିଜେପି ମଧ୍ୟ ଜେଡିୟୁକୁ ଅନେକାଂଶରେ ଦୋଷୀ ବୋଲି କହୁଥିଲା । ହେଲେ ଏବେ ବିହାରରେ ଜେଡିୟୁ ଓ ଆରଜେଡି ମେଣ୍ଟରେ ସରକାର ଚାଲିଛି । ମେଣ୍ଟ ବଦଳୁଛି ହେଲେ ସ୍ଥିତି ବଦଳୁ ନାହିଁ । ରାଜ୍ୟ ସରକାର ରାଜ୍ୟରେ ମଦ ବିକ୍ରି ଉପରେ ବ୍ୟାନ ଲଗାଇ କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା ବେଳେ ଚୋରା ମଦ ବ୍ୟବସାୟୀ ଚୋରାରେ ମଦ ବିକ୍ରି କରି ମାଲେମାଲ ହେଉଛନ୍ତି । ଏହାସହ ବିଶାକ୍ତ ମଦ ପିଇ ଦୈନିକ କେହି କେହି ନା କେହି ମୃତ୍ୟୁ ମୁଖରେ ପଡୁଛି ।