ଆସାମ ସରକାର ଲଂଚ କଲେ ଓରୁନୋଡୋଇ ଯୋଜନା, ଏବେ ରାଜ୍ୟର ୧୭ ଲକ୍ଷ ମହିଳାଙ୍କ ଖାତାକୁ ମାସିକ ଯିବ ୧୨୫୦ ଟଙ୍କା

133

କନକ ବ୍ୟୁରୋ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ଓରୁନୋଡୋଇ-୨ ଯୋଜନାକୁ ଲଂଚ କରିଛନ୍ତି । ଏହି କ୍ରମରେ ରାଜ୍ୟର ୧୭ ଲକ୍ଷ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ମାସିକ ୧୨୫୦ ଟଙ୍କା ପ୍ରଦାନ କରାଯିବ ବୋଲି ଲଂଚ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଯୋଜନାକୁ ଭର୍ଚୁଆଲି ଲଂଚ କରିଥିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଏହି ଅବସରରେ ସେ କହିଛନ୍ତି କି, ରାଜ୍ୟ ସରକାରଙ୍କର ଲକ୍ଷ ରହିଛି କି ରାଜ୍ୟର ୩୫ ଲକ୍ଷ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଏଥିରେ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ମାସିକ ୧୨୫୦ ଟଙ୍କା ଲେଖାଏଁ ସରକାର ପ୍ରଦାନ କରିବେ । ଏହା ପ୍ରତ୍ୟେକମାସ ୧୦ ତାରିଖରେ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀ କାରଣରୁ ଅନେକ ପରିବାର ଗରିବ ସୀମାରେଖା ତଳକୁ ଆସିଯାଇଛନ୍ତି । ସେମାନଙ୍କ ଆର୍ଥିକ ସମସ୍ୟାର ସୂଧାର ପାଇଁ ରାଜ୍ୟ ସରକାର ଏହି ଯୋଜନା ଲାଗୁ କରିଛନ୍ତି ।