ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେବାକୁ ଝାରପଡା ଜେଲରେ ଇଡ଼ି ଟିମ୍। ରିମାଣ୍ଡ ବେଳେ ପତ୍ନୀ ଅର୍ଚ୍ଚନାଙ୍କ ସହ ମୁହାଁମୁହିଁ ଜେରା କରିବାକୁ ଇଡି ପ୍ରସ୍ତୁତ।

63

କନକ ବ୍ୟୁରୋ: ମୁହାଁମୁହିଁ ଜେରା ହେବେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ । ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ବସାଇ ଜେରା କରିବ ଇଡି । ଅର୍ଚ୍ଚନାଙ୍କୁ ୬ଦିନ ଓ ଜଗବନ୍ଧୁଙ୍କୁ ୯ଦିନ ରିମାଣ୍ଡରେ ନେଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇଛି ଇଡି । ସେହିପରି ଇଡି ପକ୍ଷରୁ ଅର୍ଚ୍ଚନାଙ୍କ ନାଁରେ ମନିଲଣ୍ଡ୍ରିଂ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି । ବେଆଇନ ଭାବେ ଅର୍ଥ କାରବାରର ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପୂର୍ବରୁ ଅର୍ଚ୍ଚନାଙ୍କ ବିରୋଧରେ କମିଶନରେଟ୍ ପୋଲିସର ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ପୋଲିସ ମାମଲା ରୁଜୁ କରିଥିଲା ।

ମୁହାଁମହିଁ ହେବେ ପତି-ପତ୍ନୀ
– ମୁହାଁମୁହିଁ ଜେରା ହେବେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ
– ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ବସାଇ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
– ଅର୍ଚ୍ଚନାଙ୍କୁ ୬ ଦିନ ଓ ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ନେଇଛି ଇଡି
– ଅର୍ଚ୍ଚନାଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇଛି ଇଡି
– ଅର୍ଚ୍ଚନାଙ୍କ ନାଁରେ ମନିଲଣ୍ଡରିଂ ଆକ୍ଟରରେ ମାମଲା ରୁଜୁ ହୋଇଛି
– ବେଆଇନ ଭାବେ ଅର୍ଥ କାରବାରର ପ୍ରମାଣ ମିଳିବା ପରେ ମାମଲା
– ପୂର୍ବରୁ ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ପୋଲିସ ମାମଲା ରୁଜୁ କରିଥିଲା

କ’ଣ ଖୁଲିବେ ଗୁମର?
– ଅର୍ଚ୍ଚନାଙ୍କୁ ପ୍ରଥମେ ୭ ଦିନିଆ ରିମାଣ୍ଡରେ ନେଇଥିଲା ଇଡି
– ୩୦ ମିନିଟ୍ ଦେଲେ ଅନେକ ଗୁମର ଖୋଲିବେ କହିଥିଲେ
– ୭ ଦିନ ରିମାଣ୍ଡରେ ଇଡିକୁ ୭ ପଦ ବି କହିନଥିବା ସୂଚନା
– ଏବେ ପୁଣି ୬ ଦିନିଆ ରିମାଣ୍ଡରେ ନେଇଛି ଇଡି
– ସ୍ୱାମୀ-ସ୍ତ୍ରୀ ଏକାଠି ଜେରା ବେଳେ ଅନେକ ଗୁମର ଖୋଲିପାରେ
– ଇଡି ଆଗରେ କ’ଣ କହିବେ ଅର୍ଚ୍ଚନା ଓ ଜଗବନ୍ଧୁ ତା ଉପରେ ନଜର
– ମୁହଁ ନଖୋଲି କାହାକୁ ବଂଚାଇବାକୁ ଚାହୁଁଛନ୍ତି ଅର୍ଚ୍ଚନା?
– ସ୍ୱାମୀ-ସ୍ତ୍ରୀଙ୍କୁ ରିମାଣ୍ଡରେ ନେଇ କେଉଁ ତଥ୍ୟ ହାସଲ କରିବାକୁ ଚାହୁଁଛି ଇଡି?