ମହୀଶୂରରେ ଅନର କିଲିଙ୍ଗ । ଦଳିତ ପୁଅକୁ ଝିଅ ବାହାହେଲା ବୋଲି ଦାଉ ସାଧିଲେ ଘର ଲୋକେ । ଅଡିଓ କହିଲା ସତ ।

299

କନକ ବ୍ୟୁରୋ: କର୍ଣ୍ଣାଟକ ମହୀଶୂର ଜିଲ୍ଲା ପେରିୟାପାଟଣାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଅନ୍ୟ ଜାତି ପୁଅକୁ ବିବାହ କରିଥିବାରୁ ଝିଅକୁ ମାରିଦେଲେ ବାପା । ତେବେ ଏହି ଅନର କିଳିଙ୍ଗ ବାବାଦରେ ଏପରି ଏକ ଅଡିଓ ପୋଲିସ ହାତରେ ଲାଗିଛି ଯାହା ପୁରା ଘଟଣାର ଗୁମର ଖୋଲିଛି ।

ଯୁବତୀଙ୍କୁ ହତ୍ୟା ଘଟଣାରେ ପୋଲିସ ହାତରେ ଏପରି ଅଡିଓ ଲାଗିଛି ଯାହା ଖୋଦ୍ ମୃତ ଯୁବତୀ କହିଛନ୍ତି । ଏଥିରେ ତାଙ୍କ ବାପା ହିଁ ତାଙ୍କର ହତ୍ୟାକାରୀ ବୋଲି କହିଛନ୍ତି । ଏହି ଅଡିଓକୁ ନେଇ ପୋଲିସ ତନାଘନା ଚଳାଇଛି । ଘଟଣାରେ ଯୁବତୀଙ୍କ ମା’ଙ୍କୁ ମଧ୍ୟ ପୋଲିସ ହେପାଜତରେ ନେଇଛି ।

କେମିତି ମିଳିଲା ଅଡିଓ?

ମହୀଶୁର ଜିଲ୍ଲା କଗଗୁଣ୍ଡିି ଗାଁର ଜନୈକ ବ୍ୟକ୍ତି ତାଙ୍କ ୧୭ ବର୍ଷିୟା ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବତୀ ଜଣେ ଦଳିତ ପୁଅକୁ ଭଲ ପାଉଥିଲେ । ଫୋନରେ ନିଜ ପ୍ରେମିକଙ୍କୁ ତାଙ୍କ ବିରୋଧରେ ହୋଇଥିବା ସବୁ ଷଡଯନ୍ତ୍ର କଥା କହିଥିଲେ । ମୃତ୍ୟୁ ପୂର୍ବରୁ ହୋଇଥିବା ଏହିକଥାବାର୍ତ୍ତାକୁ ଯୁବତୀ ତାଙ୍କ ପ୍ରେମିକଙ୍କୁ ରେକର୍ଡ କରିବାକୁ କହିଥିଲେ । ଯଦି ତାଙ୍କର କିଛି ହୋଇଯାଏ ତାଙ୍କ ବାପା ଓ ପରିବାର ଲୋକେ ଦାୟୀ ରହିବେ ବୋଲି ଅଡିଓରେ କୁହାଯାଇଛି । ଏହା ସହ ତାଙ୍କ ବିରୋଧରେ ଏକ ବଡ ଷଡଯନ୍ତ୍ର ହୋଇଥିବା ମଧ୍ୟ ଅଡିଓରେ ଯୁବତୀ ଜଣକ କହିବା ଶୁଣିବାକୁ ମିଳୁଛି ।