ହୋଲି ପାଳନ ପଛରେ ଅନେକ ବଡ କାରଣ, ଜାଣନ୍ତୁ ସ୍ୱାସ୍ଥ୍ୟ ଏବଂ ପରିବେଶ ପାଇଁ ଏହା କେତେ ଉପଯୋଗୀ …

262

କନକ ବ୍ୟୁରୋ: ଆଗକୁ ଆସୁଛି ହୋଲି । ସାରା ଦେଶରେ ହୋଲି ପାଇଁ ଉତ୍ସବର ମାହୋଲ ରହିଛି । ଅନେକ ସ୍ଥାନରେ ବର୍ତ୍ତମାନ ଠାରୁ ହୋଲିର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ବିଭିନ୍ନ ସ୍ଥାନରେ ଏହାକୁ ଭିନ୍ନ ଭିନ୍ନ ଢଙ୍ଗରେ ମନାଯାଇଥାଏ । ଏହାକୁ ନେଇ ଅନେକ କାରଣ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ହୋଲି ପାଳନର ପଛରେ ଥିବା ପ୍ରମୁଖ କାରଣ ଉପରେ । ଏହା ଇତିହାସ ଏବଂ ପରମ୍ପରା ସହ କେମିତି ଯୋଡି ହୋଇରହିଛି ତାହା ମଧ୍ୟ ଜାଣିନେବା ।

ଦେଶରେ ହୋଲି ସହ ଜଡିତ ଅନେକ ପ୍ରକାରର କାହାଣୀ ରହିଛି । ଐତିହାସିକ କାହାଣୀ, ପୌରାଣିକ କାହାଣୀ ବି ରହିଛି । ତେବେ ଏହି ପୌରାଣିକ କାହାଣୀ ବ୍ୟତୀତ ଅନେକ ବର୍ଷ ପୂର୍ବରୁ ଭାରତରେ ହୋଲି ପାଳନ କରାଯାଉଛି । ଏଥିରେ ଅନେକ ସାମାଜିକ କାରଣ, ସ୍ୱାସ୍ଥ୍ୟ ଏବଂ ପରିବେଶ ସହ ଜଡିତ କାରଣ ରହିଛି ।

ପ୍ରତ୍ୟେକ ବର୍ଷ ହୋଲି ଏହି ସମୟରେ ପଡିଥାଏ ଯେତେବେଳେ ନା ବହୁତ ଥଣ୍ଡା ହୋଇଥାଏ ନା ବହୁତ ଅଧିକ ଗରମ ହୋଇଥାଏ । ସାରା ଦେଶରେ ପାଣିପାଗର ମିଜାଜ ଏମିତି ହିଁ କିଛି ଥାଏ ଯେତେବେଳେ ଏହି ରଙ୍ଗର ପର୍ବ ପାଳନ ହୋଇଥାଏ । ଏହି ସମୟରେ କିଛି ସ୍ଥାନରେ ଫାଗ ଗୀତ ଗାଇଥାନ୍ତି ଲୋକେ । ଫାଗ ଗୀତ ହେଉଛି ଉଚ୍ଚ ଶବ୍ଦରେ ଗାଉଥିବା ଏକ ଗୀତ । ଥଣ୍ଡା ସମୟରେ ସାଧାରଣ ଭାବେ ଲୋକେ ଆଳସ୍ୟତାର ଶିକାର ହୋଇଥାନ୍ତି । ଏହି ପାଣିପାଗ ଲୋକଙ୍କ ଆଳସ୍ୟ ଦୂର କରିଥାଏ ।

ପ୍ରାଚୀନ କାଳରେ ଏହି ସମୟରେ ଫୁଲର ରଙ୍ଗରେ ହୋଲି ଖେଳାଯାଉଥିଲା । ଫୁଲର ରଙ୍ଗକୁ ଲୋକେ ଅତି ସହଜରେ ଚିହ୍ନିପାରୁଥିଲେ । ଡାକ୍ତରଙ୍କ କହିବା କଥା, ଫୁଲରେ ପ୍ରସ୍ତୁତ ହେଉଥିବା ରଙ୍ଗ ଶରୀର ଏବଂ ମନ, ମସ୍ତିଷ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ । ଏଥିରେ ଜୀବନରେ ଉର୍ଜା ଭରିହୋଇଥାଏ । ଲୋକମାନେ ଏହିଠାରୁ ଗରମ ସହ ଲଢେଇ କରିବା ପାଇଁ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଥାନ୍ତି ।

ହୋଲିର ଗୋଟିଏ ଦିନ ପୂର୍ବରୁ ହୋଲିକା ଦହନ କରାଯାଇଥାଏ । ତେବେ ହୋଲିକା ଦହନର ଗୋଟିଏ ପୌରାଣିକ କାରଣ ଥିବା ବେଲେ ଡାକ୍ତରଙ୍କ ରାୟ କିନ୍ତୁ ଭିନ୍ନ । ଡାକ୍ତରଙ୍କ କହିବା କଥା ଯେ ହୋଲିକା ଦହନର ଚାରିପଟେ ପରିକ୍ରମା କରିବା ଦ୍ୱାରା ଆମ ଚାରିପାଖରେ ଥିବା ବ୍ୟାକ୍ଟେରିଆ ଠାରୁ ମୁକ୍ତି ମିଳିଥାଏ । ଅଗ୍ନି ଦ୍ୱାରା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ ।