ହିଣ୍ଡେନବର୍ଗ ଟାର୍ଗେଟରେ ଟ୍ୱିଟରର ପୂର୍ବତନ ମାଲିକ : ରିପୋର୍ଟ ପ୍ରକାଶ ପରେ ୧୮ % କମିଲା କମ୍ପାନୀର ସେୟାର

116

କନକ ବ୍ୟୁରୋ : ଟ୍ୱିଟରର ପୂର୍ବତନ ମାଲିକ ଜ୍ୟାକ ଡୋର୍ସିଙ୍କ କମ୍ପାନୀ ବ୍ଲକ ଆଇ-ଏନ-ସି ଏବେ ହିଣ୍ଡେନବର୍ଗ କମ୍ପାନୀର ଟାର୍ଗେଟରେ । ଆଦାନୀ ଗ୍ରୁପ ପରେ ଏବେ ଜ୍ୟାକ ଡୋର୍ସିଙ୍କ କମ୍ପାନୀକୁ ଟାର୍ଗେଟ କରିଛି ଆମେରିକାର ଏହି ସର୍ଟସେଲର କମ୍ପାନୀ । ଜ୍ୟାକ ଡୋର୍ସିଙ୍କ ଏହି କମ୍ପାନୀ ଏକ ପେମେଣ୍ଟ କମ୍ପାନୀ ।

ହିଣ୍ଡେନବର୍ଗର ରିପୋର୍ଟ ପରେ ବ୍ଲକ କମ୍ପାନୀର ୧୮ ପ୍ରତିଶତ ସେୟାର ହ୍ରାସ ପାଇଛି । ଅନୁସନ୍ଧାନ ବେଳେ ହିଣ୍ଡେନବର୍ଗ କମ୍ପାନୀ ଜାଣିବାକୁ ପାଇଛି ଯେ ଜ୍ୟାକ ଡୋର୍ସିଙ୍କ ଏହି ପେମେଣ୍ଟ କମ୍ପାନୀ ଗୋଟିଏ ଡେମୋଗ୍ରାଫିର ଲାଭ ଉଠାଇଛି । ଯେଉଁ ଡେମୋଗ୍ରାଫିକୁ ଲାଭ ଦେବ ବୋଲି ଦାବି କରିଛି । ରିପୋର୍ଟରେ କୁହାଯାଇଛି ଯେ ଏପରି କରି ଉପୋଭକ୍ତା ଏବଂ ସରକାରକୁ ଧକ୍କା ଦେଇଛି ଜ୍ୟାକ ଡୋର୍ସିଙ୍କ କମ୍ପାନୀ ।