ଫିଟନେସ୍ ମନ୍ତ୍ର : ଜିମ୍ ନ ଯାଇ ବି ରହିପାରିବେ ସୁସ୍ଥ; ଜାଣନ୍ତୁ କେମିତି ?

397

କନକ ବ୍ୟୁରୋ : ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ ଜିମରେ ଲୋକଙ୍କ ଭିଡ ଜମୁଛି । ଆଉ ଯେଉଁମାନେ ଓପନ ଜିମକୁ ପସନ୍ଦ କରୁନାହାନ୍ତି ସେମାନ ଟଙ୍କା ଦେଇ ଜିମକୁ ଯାଉଛନ୍ତି ।

ଆଉ ଜିମକୁ କିଛି ଦିନ ଯିବା ପରେ ଆଉ ନିୟମିତ ଯାଇନାହାନ୍ତି । ଏଭଳି ସଂଖ୍ୟା ଭାରତରେ ଅଧିକ ବୋଲି ଜଣାଯାଇଛି । ଶହେରୁ ମାତ୍ର ୪୦-୫୦ ଲୋକ ହିଁ ନିୟମିତ ଆସୁଛନ୍ତି । ଫଳରେ ଆପଣଙ୍କ ଟଙ୍କା ବରବାଦ ହେଉଛି । କିନ୍ତୁ ଆପଣ ଜାଣିଛନ୍ତି, ଆପଣ ଯେଉଁ ଜିମକୁ ଯାଉଛନ୍ତି, ସେଠାରେ ଝାଳ ବାହାର କରୁଛନ୍ତି ନା ଅଳ୍ପ ବ୍ୟାୟାମ ପରେ ଚାଲିଆସୁଛନ୍ତି ।

ଯଦି ଏଭଳି କରୁଛନ୍ତି , ତାହାହେଲେ ଆପଣଙ୍କ ଟଙ୍କା ବରବାଦ ହେଉଛି ବୋଲି ଜାଣିନିଅନ୍ତୁ । ଏକ ଅଧ୍ୟୟନରୁ ଜଣାପଡିଛି . ଭାରତରେ ୭୬ ପ୍ରତିଶତ ଲୋକ ଜିମରେ ନାଁ ଲେଖାଇଲେ ମଧ୍ୟ ନିୟମିତ ଜିମ ଯାଇନଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି ଜିମ ନ ଯାଇ ବି ଆପଣ ଫିଟ୍ ରହିପାରିବେ । ଆଉ ଜିମରେ ଟଙ୍କା ଖର୍ଚ୍ଚ ନ କରି ବି ଝାଳ ବୁହାଇପାରିବେ । ଏହାର ଅନେକ ବିକଳ୍ପ ରହିଛି ।

– ପ୍ରତ୍ୟେକ ଦିନ ସକାଳୁ ଉଠିବା ଅଭ୍ୟାସ କରନ୍ତୁ
– ୩୦ ମିନିଟ ପାଦରେ ଚାଲିବା ଅଭ୍ୟାସ ରଖନ୍ତୁ
– ଚାଲିବା ସମୟରେ ଯେଭଳି ଗତି ଠିକ ରହିବ, ତା ଉପରେ ଧ୍ୟାନ ଦିଅନ୍ତୁ
– ୩୦ ମିନିଟରେ ୩ କିଲୋମିଟର ଚାଲିବାର ଟାର୍ଗେଟ ରଖନ୍ତୁ
– ଚାଲିବା ବେଳେ ଟିକିଏ ସ୍ପିଡ ଚାଲନ୍ତୁ
– ସିଢି ଚଢିବା ଅଭ୍ୟାସ ଶରୀର ପାଇଁ ହିତକାରକ
– ଏଭଳି କଲେ ଶରୀରର ଷ୍ଟାମିନା ବଢିବ
– ପ୍ରତ୍ୟେକ ଦିନ ୫ରୁ-୧୦ ମିନିଟ ପ୍ରାଣାୟମ କରନ୍ତୁ
– ଶରୀରଠାରୁ ଅଧିକ ମୂଲ୍ୟବାନ ଆଉ କୌଣସି ଜିନିଷ ନୁହେଁ
– ସ୍ୱାସ୍ଥ୍ୟ ହିଁ ସବୁଠାରୁ ବଡ ସମ୍ପଦ