କନକ ବ୍ୟୁରୋ: ଉଚ୍ଚଶିକ୍ଷା ବିଭାଗର ବାବୁମାନଙ୍କ ପାଇଁ କଡ଼ା ନିର୍ଦ୍ଦେଶ। ଏଣିକି ଉଚ୍ଚଶିକ୍ଷା ବିଭାଗର ଅନୁସଚିବ ପାହ୍ୟାର ଅଧିକାରୀ ଠିକ୍ ସକାଳ ୧୦ଟାରେ ଅଫିସ ଆସିବେ। ଏ ନେଇ ଗତକାଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। କେବଳ ଛୁଟି ଦିନ ଓ ଗସ୍ତ କାର୍ଯ୍ୟକ୍ରମ ଦିନଗୁଡ଼ିକୁ ଛାଡ଼ି ଏହି ପାହ୍ୟାର ଅଧିକାରୀମାନେ ନିୟମିତ ଭାବେ ନିର୍ଦ୍ଧାରତ ସମୟରେ ଅଫିସ କାର୍ଯ୍ୟରେ ଯୋଗଦେବେ। ଏହାର ବ୍ୟତିକ୍ରମ ହେଲେ ସେମାନଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ନିଷ୍ପତ୍ତି ନେଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ନିୟମିତ ଅଫିସ ଆସିବାରେ ବିଳମ୍ବ କରିଆସୁଥିଲେ। ଦିନକ ତଳେ ନିଜେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିଭାଗୀୟ ପରିଦର୍ଶନରେ ଯାଇ ବିଳମ୍ବରେ ଅଫିସ ଆସିବା ନେଇ ଅଧିକାରୀମାନଙ୍କୁ କଡ଼ା ତାଗିଦ ମଧ୍ୟ କରିଥିଲେ। ସରକାରଙ୍କ ସମୟାନୁବର୍ତ୍ତିତା ନିର୍ଦ୍ଦେଶକୁ ବାବୁମାନେ ମାନୁନଥିବା ନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶୁକ୍ରବାର ବିଭାଗ ଏପରି ନିର୍ଦ୍ଦେଶନାମା ଜାରି କରିଛି।