ରାଜଧାନୀରେ ହାଇପ୍ରୋଫାଇଲ ଦମ୍ପତ୍ତି ଗିରଫ । ଘର ମାଲିକକୁ ବ୍ଲକମେଲିଂ କରି ଭଡାରେ ରହୁଥିବା ଘରକୁ କବଜା କରିବାକୁ କରୁଥିଲେ ଉଦ୍ୟମ

384

କନକ ବ୍ୟୁରୋ: ଘର ମାଲିକକୁ ବ୍ଲାକମେଲିଂ କରୁଥିଲେ ଠକାମି ଅଭିଯୋଗରେ ଗିରଫ ହେଲେ ଭୁବନେଶ୍ୱରର ହାଇପ୍ରୋଫାଇଲ୍ ଦମ୍ପତି । ନକଲି ରେଜିଷ୍ଟ୍ରି ରେକର୍ଡ ଓ ଘର ମାଲିକଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଛନ୍ଦି କୋଟି କୋଟି ଟଙ୍କାର ଘରକୁ କବଜା କରିବାକୁ କରୁଥିଲେ ଉଦ୍ୟମ । ଏହି ଦମ୍ପତି ହେଉଛନ୍ତି ସୋନାଟା ଦାସ ଓ ତାଙ୍କ ସ୍ୱାମୀ ସନ୍ଦୀପ୍ ଦାସ । ଚନ୍ଦ୍ରଶେଖର ଥାନା ପୋଲିସ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରିଛି ।

କୋର୍ଟ ଚାଲାଣ ହେବା ପରେ ସେମାନଙ୍କୁ ଏବେ ଝାରପଡା ବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ଘର ଭଡା ନେଇ ମାଲିକାନାର ଦାବି କରିଆସୁଥିଲେ ଏହି ଦମ୍ପତି । ୨ ମହଲା କୋଠାକୁ ହଡପ କରିବାକୁ କରୁଥିଲେ ଯୋଜନା । ୨୦୧୬ରେ ଏହି ଦମ୍ପତି ଭୁବନେଶ୍ୱର ଆସିଥିଲେ । ୨୦୧୭ ମସିହାରେ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା ସୁମନ ମିଶ୍ରଙ୍କ ତଳ ଘର ଭଡାରେ ନେଇ ପାର୍ଲର କରିଥିଲେ । ଘର ଭଡା ନେବା ପୂର୍ବରୂ ମାଲିକଙ୍କ ସହ ଏକ ଚୁକ୍ତିନାମା କରିଥିଲେ । ଏକ ବର୍ଷ ପାଇଁ ଭଡା ମାସକୁ ୨୦ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା । ବର୍ଷେ ପୂରିବା ପରେ ଭଡା ମାଗିବାରୁ ଘର ମାଲିକଙ୍କ ବିରୋରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ଏହାରି ଭିତରେ ଚଞ୍ଚକତା କରି ଭଡାଘରକୁ ନିଜ ଘର କହି ନକଲି କାଗଜପତ୍ର ପ୍ରସ୍ତୁତ କରି କୋର୍ଟର୍ଙ୍କ ଦ୍ୱାରସ୍ଥ ହୋଇଥିଲେ ଠକ ଦମ୍ପତି ।

ଅନ୍ୟପଟେ ଏନେଇ ଘର ମାଲିକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ନିର୍ଦ୍ଦେଶରେ ହୋଇଥିବା ଯାଞ୍ଚରୁ କାଗଜପତ୍ର ନକଲି ବୋଲି ଜଣାପଡିଛି । ଏହାପରେ ପୋଲିସ ଏଇ ଠକ ଦମ୍ପତିଙ୍କୁ ଗିରଫ କରିଛି ।