୨ଦିନ ପ୍ରବଳ ବର୍ଷିବ ! ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

457

କନକ ବ୍ୟୁରୋ : ଆସନ୍ତା ୧୯ ଓ ୨୦ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୮ରେ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷିବ । ସେହିପରି ୨୦ତାରିଖରେ ଛତିଶଗଡ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୧୯ତାରିଖରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ ।

ଦକ୍ଷିଣ ମିଆଁମାର-ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ତେବେ ଜୁନ ୧ରୁ ଅଗଷ୍ଟ ୧୭ମଧ୍ୟରେ ଅଧିକ ବର୍ଷା ହୋଇଛି । ଅଢେଇ ମାସରେ ୮୪୬.୭ ମିମି ବର୍ଷା ରେକର୍ଡ । ସ୍ୱାଭାବିକ ବର୍ଷା ୭୬୦ ମିମିରୁ ଢେର ଅଧିକ ବର୍ଷା ହୋଇଛି । ସେହିଭଳି ୨୪ଘଣ୍ଟାରେ ଗଞ୍ଜାମ ଧରାକୋଟରେ ସର୍ବାଧିକ ବର୍ଷା ହୋଇଛି । ଧରାକୋଟରେ ୬୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।