ଆସନ୍ତା ୪୮ ଘଣ୍ଟାରେ ବର୍ଷା ସମ୍ଭାବନା: ଭିଜିବ ଓଡିଶା, ପାଣିଚିଆ ହୋଇପାରେ ଦଶହରା ମାହୋଲ

1,326

କନକ ବ୍ୟୁରୋ: ଦଶହରାରେ ମାଡି ଆସୁଛି ବର୍ଷା । ଆଗାମୀ ୪୮ ଘଣ୍ଟା ଭିତରେ ଭିଜିବ ସାରା ରାଜ୍ୟ । ଉତ୍ତର ଏବଂ ଉପକୂଳ ଓଡିଶାରେ ୪୮ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବା ଲଗାଣ ବର୍ଷା ହେବାର ସମ୍ଭାବନା ନାହିଁ । ଅଳ୍ପରୁ ମଧ୍ୟମ ଧରଣର ବର୍ଷା ୪୮ ଘଣ୍ଟା ଭିତରେ ହେବ । ମାତ୍ର ୮ ତାରିଖରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରିରେ ବର୍ଷା ହେବାର ସମ୍ଭାବନା ରହିଛି ।