ପାଣିପାଗ ବିଭାଗର ସୂଚନା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା ।

1,825

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ଗଜପତି ଗଞ୍ଜାମ, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ଖୋର୍ଦ୍ଧା, କଟକ, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଆଦି ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ସହ ବଜ୍ରପାତ ଆଶଙ୍କା କରାଯାଉଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଆଶଙ୍କା ରହିଥିବା ହେତୁ ଚାଷୀ ଭାଇମାନଙ୍କୁ ଏହି ସମୟରେ ବାହାରକୁ ବାହାରିବାକୁ ମନା କରାଯାଇଛି । ଏହି ସମୟରେ ରାଜଧାନୀ ଭୁବନେଶ୍ୱରର ଆକାଶ ବି କାଉଁଳିଆ ରହିବ । ସର୍ବାଧିକ ତାପମାତ୍ରା ୩୪ ଡିଗ୍ରି ସେଲ୍‌ସିୟସ୍‌ ରହିବା ବେଳେ ସର୍ବନିମ୍ନ ୨୩ ଡିଗ୍ରି ସେଲ୍‌ସିୟସ୍‌ ରହିବ । କେବଳ ଚାଷୀ ଭାଇମାନଙ୍କୁ ନୁହେଁ ମତ୍ସ୍ୟଜୀବୀମାନଙ୍କ ପାଇଁ ବି ସତର୍କ ସୂଚନା ଜାରି କରାଯାଇଛି । ବର୍ଷା ସମୟରେ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ।