ମୌସୁମୀ ବର୍ଷା ଆରମ୍ଭରୁ ଦେଶର ଅଧିକାଂଶ ଜିଲ୍ଲାରେ ବନ୍ୟା, କେରଳରେ ରାସ୍ତା ପାଲଟିଛି ନଦୀ, ଗୁରୁଗ୍ରାମରେ ଗଳିରେ ଭାସୁଛି ଡଙ୍ଗା

238

କନକ ବ୍ୟୁରୋ : ମୈାସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାସ୍ଥିତି ଦେଖାଦେଇଛି । ଫଳରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ରାସ୍ତାଘାଟ, ଘରବାଡ଼ି ସବୁଆଡ଼େ ପାଣି ଭରି ରହିଥିବାବେଳେ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ନଜର ପକାନ୍ତୁ ଗୁରୁ ଗାଁର ଏହି ବନ୍ୟାସ୍ଥିତି ଉପରେ । ସବୁଆଡ଼େ ପାଣି ଘେରିରହିଛି । ଜଣେ ଲୋକ କିପରି ଛୋଟ ବୋଟ୍ଟିଏ ଧରି ଚାରିଆଡ଼େ ଗତି କରୁଛି । ଦୀର୍ଘଦିନ ଧରି ବନ୍ୟା ଜଳରେ ଫସିରହିଥିବାରୁ ପ୍ରଶାସନକୁ ଆକ୍ଷେପ କରିଛନ୍ତି ଲୋକେ । ସେହିପରି କେରଳ ଓ ଲକ୍ଷ୍ନୌର ଦୃଶ୍ୟ ମଧ୍ୟ ଅତି ଦୟନୀୟ ହୋଇପଡିଛି  ।  ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।