ରାଜ୍ୟରେ ଅସହ୍ୟ ହେଉଛି ତାତି । ୪୦ ଡିଗ୍ରୀ ଉପରେ ୩୨ ସହର

175

କନକ ବ୍ୟୁରୋ : ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳିରେ ହନ୍ତସନ୍ତ ରାଜ୍ୟବାସୀ । ସୂର୍ଯ୍ୟ ଉଦୟ ଠାରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଅସହ୍ୟ ତାତିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ଏହି କ୍ରମରେ ପାଣିପାଗ ବିଭାଗର ରିପୋର୍ଟ ମୁତାବକ ଆଜି ରାଜ୍ୟର ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ହେଲେ ରାଜ୍ୟର ସବୁଠାରୁ ଉତପ୍ତ ସହର ଭାବେ ଆଜି ରାଜଧାନୀକୁ ଚିହ୍ନଟ କରାଯାଇଛି । ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ଉପରେ ରହିଛି । ବୌଦ୍ଧ ୪୩.୫, ଅନୁଗୁଳ ୪୩.୩, ଝାରସୁଗୁଡା ୪୨.୮, ବାରିପଦା ୪୨.୬, ଖୋର୍ଦ୍ଧା ଓ ମାଲକାନାଗରିର ତାପମାତ୍ରା ୪୨.୫ ଡିଗ୍ରୀ । ଟିଟିଲାଗଡ ୪୨.୫, ଜଗତସିଂହପୁର ୪୨.୩, ଡିଗ୍ରୀ ରହିଛି ।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ମୁତାବକ ଆହୁରି ତାପମାତ୍ରା ବୃଦ୍ଧି ପାଇପାରେ । ଏଭଳି ଅସହ୍ୟ ଗ୍ରୀଷ୍ମପ୍ରବାହ ୨୦ ତାରିଖ ଯାଏଁ ଲାଗି ରହିବ । ୨୦ ତାରିଖ ପରେ କିଛି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ଥିବା କଥା ପାଣିପାଗ ବିଭାଗ ସୂଚନା ଦେଇଛି ।