ସ୍ୱାସ୍ଥ୍ୟକର୍ମୀଙ୍କ ଦାବି ପୂରଣ ପାଇଁ ଗଠନ ହେବ କମିଟି : ମନ୍ତ୍ରୀଙ୍କ ସହ ଆଲୋଚନା ପରେ ମିଳିଲା ପ୍ରତିଶ୍ରୁତି

130

କନକ ବ୍ୟୁରୋ : ରାଜଧାନୀରେ ନିଆରା ବିକ୍ଷୋଭ । ନିଜର ଦାବି ପୂରଣ ପାଇଁ ସରକାର, ମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ ସଙ୍ଗଠନ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳେ । ହେଲେ ଆଜି ଏଏନମ ଓ ଏପିଏଚଡବ୍ଲ୍ୟୁ ସ୍ୱାସ୍ଥ୍ୟ କର୍ମୀ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାସଭବନ ଘେରିବା ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ । ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡି ଜିନ୍ଦାବାଦ ନାରା । ଏମାନେ ହେଉଛନ୍ତି କୋଭିଡ ମସୟରେ ନିଯୁକ୍ତ ହୋଇଥିବା ଏଏନମ ଓ ଏପିଏଚଡବ୍ଲ୍ୟୁ ସ୍ୱାସ୍ଥ୍ୟକର୍ମୀ ।

ସ୍ଥାୟୀ ହେବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିବା ଏହି ସ୍ୱାସ୍ଥ୍ୟକର୍ମୀମାନେ କିନ୍ତୁ ସରକାରଙ୍କୁ ବିରୋଧ କରୁନାହାଁନ୍ତି । ସରକାରଙ୍କୁ ବିରୋଧ କରିବା ଅପେକ୍ଷା ଶାସକ ବିଜେଡି ସହ ରହିଲେ ସେମାନଙ୍କର ଦାବି ପୂରଣ ହେବ ବୋଲି ସେମାନେ କହିଛନ୍ତି । ତେବେ ମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏକ ୫ ଜଣିଆ କମିଟି ଗଠନ କରି ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଆଶ୍ୱସନା ଦେଇଥିବା ସ୍ୱାସ୍ଥ୍ୟକର୍ମୀ କହିଛନ୍ତି ।