୩୦ବର୍ଷର ଅପେକ୍ଷା ଶେଷ । ଜ୍ଞାନବ୍ୟାପି ତହଖାନାରେ ଶୁଭିଲା ଘଂଟଧ୍ୱନୀ, ଶ୍ଳୋକମନ୍ତ୍ର,କରାଗଲା ପୂଜା

274

କନକ ବ୍ୟୁରୋ : ୩୦ବର୍ଷ ଅପେକ୍ଷାର ହେଲା ଅନ୍ତ । ୩ଦଶନ୍ଧି ପରେ ଜ୍ଞାନବାପୀ ମସଜିଦ ପରିସରରେ ଥିବା ‘ବ୍ୟାସଜୀ କା ତହଖାନା’ରେ ଆରମ୍ଭ ହେଲା ପୂଜାର୍ଚ୍ଚନା । ବୁଧବାର ମାମଲାର ଶୁଣାଣୀ ପରେ ହିନ୍ଦୁ ପକ୍ଷଙ୍କୁ ପୂଜାର୍ଚ୍ଚନା ପାଇଁ ବାରଣାସୀ କୋର୍ଟ ରାୟ ଶୁଣାଇଥିଲେ । ଏହାପରେ ଗୁରୁବାର ସକାଳୁ କାଶୀ ବିଶ୍ୱନାଥ ମନ୍ଦିରର ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ହିନ୍ଦୁପକ୍ଷର ଆଇନଜୀବୀ ବିଷ୍ଣୁଶଙ୍କର ଜୈନ ପୂଜାବେଳର ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଁଟରେ ସେୟାର କରିଛନ୍ତି  । ପୂର୍ବରୁ ଏଠାରେ ପୂଜାର୍ଚ୍ଚନା ଉପରେ ରୋକ ଲଗାଯାଇଥିବା ବେଳେ କୋର୍ଟଙ୍କ ଐତିହାସିକ ରାୟ ପରେ ବଦଳିଛି ନିୟମ । ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସପ୍ତାହେ ମଧ୍ୟରେ ବ୍ୟାରିକେଡ ହଟାଇବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ବଡ଼ ବିଜୟ କହିବା ସହ ମସଜିଦ ପରିସରରେ ଦୀପଜାଳି ହିନ୍ଦୁପକ୍ଷ ଉତ୍ସବ ମନାଇଛନ୍ତି ।

ଜ୍ଞାନବ୍ୟାପୀ ମନ୍ଦିର ପରିସରରେ ଥିବା ‘ବ୍ୟାସଜୀ କା ତହଖାନା’ରେ ପୂଜାର୍ଚ୍ଚନାକୁ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି ମୁସଲିମ୍ ପକ୍ଷ । ତେବେ ମୁସଲିମ୍ ପକ୍ଷର ଏହି ଆବେଦନକୁ ଖାରଜ କରିବା ସହିତ ଆହ୍ଲାବାଦ ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୧୯୯୩ ମସିହାରେ ତହଖାନା ବନ୍ଦ ହେବା ପର୍ଯ୍ୟନ୍ତ ଏଠାରେ ହିନ୍ଦୁ ପୁରୋହିତଙ୍କ ପକ୍ଷରୁ ପୂଜାର୍ଚ୍ଚନା କରାଯାଉଥିଲା । ପୂର୍ବରୁ ଏହି ଅଂଚଳରୁ ହିନ୍ଦୁ ଦେବାଦେବୀଙ୍କ ମୂର୍ତିର ଭଗ୍ନାବଶେଷ ହୋଇଥିଲା । ଏପରିକି ଏଠାରୁ ସଂଗୃହିତ ପ୍ରମାଣ ଆଧାରରେ ଏହା ହିନ୍ଦୁ ମନ୍ଦିରର ଅଂଶ ବୋଲି ବାରାଣାସୀ କୋର୍ଟରେ ଦାଖଲ ତଥ୍ୟରେ କହିଥିଲା ଏଏସଆଇ ।

‘ୱଜୁଖାନା’ରୁ ମିଳିଥିବା ଶିବଲିଙ୍ଗ ଏବଂ ଏବଂ ଉକ୍ତ ସ୍ଥାନର ବୈଜ୍ଞାନିକ ସର୍ବେକ୍ଷଣ ପାଇଁ ୪ଜଣ ମହିଳା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାର ଗୋଟିଏ ଦିନ ପରେ ଐତିହାସିକ ରାୟ ଶୁଣାଇଥିଲେ ବାରଣାସୀ କୋର୍ଟ । ‘ବ୍ୟାସଜୀ କା ତହଖାନା’ରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।