କାରିଗରଙ୍କ ଗହଣରେ କଂଗ୍ରେସ ସାଂସଦ । ପଶ୍ଚିମବଙ୍ଗ ମୁର୍ଶିଦାବାଦ ବିଡି କାରିଗରଙ୍କୁ ଭେଟି ହାଲଚାଲ ପଚାରିବୁଝିଲେ ରାହୁଲ ଗାନ୍ଧୀ

74

କନକ ବ୍ୟୁରୋ : ଗୋଟିଏ ପଟେ ସଂସଦରେ ବଜେଟ୍ ଆଗତ ହେଉଥିଲା, ସେପଟେ ରାସ୍ତାରେ ଶ୍ରମିକଙ୍କ ସହ ବସି ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରୁଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଥିବା ରାହୁଲ ଶ୍ରମିକଙ୍କ ସହ ଆଲୋଚନା କରୁଥିବା ଭିଡିଓ ସାମ୍ନାକୁ ଆସିଛି । ବିଡି ପ୍ରସ୍ତୁତ କରୁଥିବା ଶ୍ରମିକଙ୍କ ସହ ବେଶ କିଛି ସମୟ କାଟିଛନ୍ତି ରାହୁଲ । ଏହି ସମୟରେ ରାହୁଲ କହିଛନ୍ତି କେନ୍ଦ୍ର ସରକାର ଗରିବ ଦିନ ମଜୁରିଆଙ୍କ ବିକାଶ ପାଇଁ ସେଭଳି କିଛି କରୁ ନାହାଁନ୍ତି । ରାହୁଲ ଆହୁରି ମଧ୍ୟ କହିଛନ୍ତି ଯଦି ତାଙ୍କ ଦଳ ଆଗାମୀ ନିର୍ବାଚନରେ ବିଜୟ ହାସଲ କରି ସରକାର ଗଢେ, ତାହାଲେ ପ୍ରଥମେ ଦେଶରେ ଜାତିଗତ ଜନଗଣନା କରାଇବେ । ରାହୁଲ ଗାନ୍ଧୀ ଏବେ ଭାରତ ଯୋଡ ନ୍ୟାୟ ଯାତ୍ରାରେ ବିଭିନ୍ନ ରାଜ୍ୟ ଗୁଡିକରେ ପଦଯାତ୍ରା କରୁଛନ୍ତି ରାହୁଲ ।