ଜେସିବିରେ ବସି କନିଆ ଘରକୁ ଗଲା ବର । ବିବାହ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

524

ବିବାହ ଉତ୍ସବକୁ ବେସ୍ ଧୁମଧାମରେ ଲୋକେ ପାଳନ କରିଥାନ୍ତି । ନୂଆ ଡ୍ରେସ୍, ସଜବାଜ ସାଙ୍ଗକୁ ଭୋଜିଭାତର ଆସର ଜମିଥାଏ । ବରଯାତ୍ରୀରେ ଡିଜେ ନହେଲେ ଚଳିବନି । ଡିଜେ ସାଙ୍ଗକୁ ଚିକିମିକିଆ ଲାଇଟ୍ ମଧ୍ୟ ଲାଗିଥାଏ ବିବାହ ଉତ୍ସବରେ । ଏ ସବୁ ଭିତରେ ବର ଗାଡିକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ଏକ ଲଗଜୋରୀ ଗାଡିରେ ବର କନିଆ ଘରକୁ ଯାଇଥାଏ । କିନ୍ତୁ କେବେ କିଏ ଜେସିବିରେ ବସି ବାହା ହେବାକୁ ଯାଉଥିବାର ଦେଖିଛନ୍ତି କି? ଗୁଜୁରାଟରୁ ଆସିଛି ଏପରି ଏକ ନିଆରା ବାହାଘରର ଚିତ୍ର ।
ଏଇ ଦେଖନ୍ତୁ, ଜେସିବି ମେସିନକୁ ଫୁଲରେ ଅତି ସୁନ୍ଦର ଭାବରେ ସଜାଯାଇଛି । ଜେସିବି ଉପରେ ବସିଛି ବର ଏବଂ ତାଙ୍କ ସହ ବସିଛନ୍ତି ପରିବାରର ଦୁଇଜଣ ସଦସ୍ୟ । ତଳେ ଡିଜେ ବାଜୁଛି, ବରଯାତ୍ରୀ ନାଚି ଗାଇ ଝିଅ ଘରକୁ ଯାଉଛନ୍ତି । ଆଉ ଜେସିବିରେ ବସି ବାହା ହେବାକୁ ଯାଉଥିବା ବରକୁ ସମସ୍ତେ ଚାହିଁ ରହିଛନ୍ତି । ବରକୁ ଦେଖିବା ପାଇଁ ଗାଁ ଲୋକଙ୍କ ଭିଡ ଜମିଛି ।
ତେବେ ନବସାରୀର କେୟୁର ପଟେଲ କିଛି ଦିନ ପୂର୍ବରୁ ଦେଖିଥିଲେ ବାହାଘରରେ ବର ଜେସିବିରେ ବସି ବାହାହେବାକୁ ଯାଉଛି । ସେବେଠୁ କେୟୁର ନିଜ ବାହାଘରରେ ଜେସିବିରେ ଯିବା ପାଇଁ ନିସ୍ପତ୍ତି ନେଇଥିଲେ । ତେଣୁ ନିଜର ବାହାଘରରେ କାର ବଦଳରେ ଜେସିବି ନେଇ ବରଯାତ୍ରୀ ଯାଇଥିଲେ କେୟୁର୍ ।
ଗତ କିଛିଦିନ ପୂର୍ବରୁ ଜଣେ ଲୋକ ତା ବାହାଘରରେ ହେଲିକପ୍ଟରରେ ବସି ବିବାହ କରିବା ପାଇଁ ଯାଇଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା ।