ଏସଟିଏଫ କବଜାରେ ନକଲି ନୋଟ୍ ରାକେଟ୍ : ୩୧ ଲକ୍ଷ ୨୭ ହଜାର ଟଙ୍କାର ଜାଲ ନୋଟ୍ ଜବତ; ମାଷ୍ଟର ମାଇଣ୍ଡ ଗିରଫ

145

କନକ ବ୍ୟୁରୋ : କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ନକଲି ନୋଟ୍ ରାକେଟ୍ । ଟିଟଲାଗଡ଼ ବସଷ୍ଟାଣ୍ଡ ନିକଟରୁ ମାଷ୍ଟର ମାଇଣ୍ଡ ଲିଙ୍ଗରାଜ ବେହେରାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଅଭିଯୁକ୍ତ ନିକଟରୁ ୩୧ ଲକ୍ଷ ୨୭ ହଜାର ଟଙ୍କାର ଜାଲ ନୋଟ୍ ଜବତ ହୋଇଛି । ଯେଉଁଥିରେ କେବଳ ୫୦୦ ଟଙ୍କିଆ ନୋଟ୍ ରହିଛି । ଜବତ ନକଲି ନୋଟକୁ ପଶ୍ଚିମବଙ୍ଗରେ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ୍ ଲିମିଟେଡ଼କୁ ଯାଞ୍ଚ ପାଇଁ ପଠାଯିବ । ବର୍ତ୍ତମାନ ସୁଦ୍ଧା ଏସଟିଏଫ ଦ୍ୱାରା ୭୮ ଲକ୍ଷ ୭୦ ହଜାର ୬୦୦ଟଙ୍କାର ନକଲି ନୋଟ ଜବତ ହୋଇଛି ।