ଗରିବ କିଏ? କାହାକୁ ଗରିବର ଟ୍ୟାଗ୍ ଦେଲା ବିଶ୍ୱବ୍ୟାଙ୍କ, ଆପଣ ନାହାନ୍ତି ତାଲିକାରେ?

518

କନକ ବ୍ୟୁରୋ : କାହାକୁ କହିବା ଗରିବ, ଏନେଇ ମାନକ ଧାର୍ଯ୍ୟ କଲେ ବିଶ୍ୱବ୍ୟାଙ୍କ । ଦାରିଦ୍ର୍ୟ ଗଣନା ପାଇଁ ଆଣିଲେ ନୂଆ ଗାଇଡଲାଇନ୍ । ଏହି ଗାଇଡଲାଇନ୍ ଅନୁସାରେ ଦୈନିକ ୧୬୭ଟଙ୍କାରୁ କମ୍ ଆୟ କରୁଥିବା ବ୍ୟକ୍ତି ଅତି ଗରିବ ଶ୍ରେଣୀରେ ଆସିବେ  । ଆଉ ଏହା ଅନେକ ଗରିବ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ସହାୟକ ହେବ ବୋଲି ବିଶେଷଜ୍ଞ କହିଛନ୍ତି ।

ଦୈନିକ ୧୬୭ ଟଙ୍କାରୁ କମ ଆୟ କରୁଥିବା ବ୍ୟକ୍ତିଙ୍କୁ ଅତି ଗରିବ ତାଲିକାରେ ସାମିଲ କରିବାକୁ ଗାଇଡଲାଇନ ଜାରି କରିଛି ବିଶ୍ୱ ବ୍ୟାଙ୍କ । ପୂର୍ବରୁ ଏହା ୧୪୫ ଟଙ୍କା ଥିବାବେଳେ ଏବେ ଏଥିରେ ପରିବର୍ତନ କରିଛି ବିଶ୍ୱ ବ୍ୟାଙ୍କ ।

ବିଶ୍ୱ ବ୍ୟାଙ୍କର ଏଭଳି ଗାଇଡଲାଇନକୁ ଆମ ସରକାର ମାନିବା ବାଧ୍ୟତାମୁଳକ ନୁହଁ ବୋଲି ବିଶେଷଜ୍ଞ କହିଛନ୍ତି । ତେବେ ଭାରତ ଭଳି ଦେଶରେ ଦାରିଦ୍ର୍ୟକୁ ନେଇ ରାଜନୀତି  ହେବା କିଛି ନୁଆ ନୁହଁ ।  ସେଥିପାଇଁ ଦାରିଦ୍ର୍ୟର ମାନ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପରିଭାଷା ଭିନ୍ନ ଭିନ୍ନ ରହିଛି ।  ନିଜ ସୁବିଧା ଅନୁଯାୟୀ ଉଭୟ ନିଜର ଯୋଜନା ପରିବର୍ତନ କରୁଥିବା ବିଶେଷଜ୍ଞ କହିଛନ୍ତି ।

କୋଭିଡ ମହାମାରୀ ଯୋଗୁ ସମଗ୍ର ବିଶ୍ୱର ଅର୍ଥନୀତି ଦୋହଲିଯାଇଛି ।   ସାଧାରଣ ଜନତାଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଛି । ଏଭଳି ପରିସ୍ଥିତିରେ ଅତି ଗରିବ ଶ୍ରେଣୀର ନୂତନ ମାନକ ନିର୍ଧାରଣ ଅନେକଙ୍କୁ ସହାୟକ ହୋଇପାରେ ବୋଲି ଆଶା କରାଯାଉଛି ।