ବଜେଟ୍ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ବଡ ଆଶ୍ୱସ୍ତି : ଜାନୁୟାରୀ ମାସରେ ଦ୍ୱିତୀୟ ସର୍ବାଧିକ ଜିଏସଟି ସଂଗ୍ରହ

86

କନକ ବ୍ୟୁରୋ : ବଜେଟ୍ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ସରକାର ଜାନୁଆରୀ ମାସରେ ଦ୍ୱିତୀୟ ସର୍ବାଧିକ ଜିଏସଟି ସଂଗ୍ରହ କରିଛନ୍ତି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଜାନୁଆରରେ ଜିଏସଟି ସଂଗ୍ରହ ୧ଲକ୍ଷ ୫୫ହଜାର କୋଟି ଟଙ୍କା ଅତିକ୍ରମ କରିଛି । ୨୦୨୩ ଜାନୁଆରୀ ମାସ ୩୧ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ଜିଏସଟି ରାଜସ୍ୱ ୧ଲକ୍ଷ ୫୫ହଜାର ୯୨୨ କୋଟି ଟଙ୍କା ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଏଥିରେ ୨୮ହଜାର ୯୬୩ କୋଟି ଟଙ୍କାର ସିଜିଏସଟି, ୩୬ହଜାର ୭୩୦ କୋଟି ଟଙ୍କାର ଏସଜିଏସଟି, ୭୯ହଜାର ୫୯୯ କୋଟି ଟଙ୍କା ଆଇଜିଏସଟି ଏବଂ ସେସ୍ ୧୦ଜହାର ୬୩୦ କୋଟି ଆମଦାନୀ ବାବଦରେ ସଂଗ୍ରହ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ୨୦୨୩ ଜାନୁଆରୀ ସୁଦ୍ଧା ରାଜସ୍ୱ ଆଦାୟ ଗତବର୍ଷ ଏହି ଅବଧିର ଜିଏସଟି ରାଜସ୍ୱ ତୁଳନାରେ ୨୪ ପ୍ରତିଶ ଅଧିକ ରହିଛି । ଚଳିତ ଆର୍ଥିକ ବର୍ଷରେ ତୃତୀୟ ଥର ପାଇଁ ଜିଏସଟି ଆଦାୟ ୧ଲକ୍ଷ ୫୦ହଜାର କୋଟି ଟଙ୍କା ଅତିକ୍ରମ କରିଛି । ଏପ୍ରିଲ ୨୦୨୨ରେ ୧ଲକ୍ଷ ୬୮ହଜାର କୋଟି ଟଙ୍କାର ଜିଏସଟି ଆଦାୟ ପରେ ୨୦୨୩ ଜାନୁଆରୀ ମାସରେ ଜିଏସଟି ଆଦାୟ ହେଉଛି ଦ୍ୱିତୀୟ ସର୍ବାଧିକ ।