କେନ୍ଦ୍ର ବଜେଟ୍ : ଓଡିଶାକୁ ମିଳିବ କ’ଣ ? ତାହା ଉପରେ ରାଜ୍ୟବାସୀଙ୍କ ନଜର; ରେଳ ବଜେଟରେ ଦାବିଠାରୁ ଅଧିକ ମିଳିପାରେ

243

କନକ ବୁରୋ : କେନ୍ଦ୍ର ବଜେଟରେ ଓଡ଼ିଶାକୁ କ’ଣ ମିଳୁଛି, ତାହା ଉପରେ ରହିଛି ରାଜ୍ୟବାସୀଙ୍କ ନଜର । ଗତ ବଜେଟରେ ଓଡ଼ିଶା ପରୀପ୍ରେକ୍ଷୀରେ କୃଷି, କୃଷି କଲ୍ୟାଣ, ଉଚ୍ଚ ଶିକ୍ଷା, ଗ୍ରାମ୍ୟ ଉନ୍ନୟନ ଏବଂ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ବ୍ୟୟବରାଦ ହ୍ରାସ ପାଇଥିଲା । ଗ୍ରାମୀଣ ଆବାସ କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ସେତେଟା ଗୁରୁତ୍ୱ ଦିଆଯାଇନଥିଲା । କିନ୍ତୁ ଚଳିତଥର ଏସବୁ କ୍ଷେତ୍ରରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ବ୍ୟୟବରାଦ ବଢ଼ାଇବେ ବୋଲି ଆଶା କରାଯାଉଛି ।

ବଜେଟରେ ରେଳ ବ୍ୟୟବରାଦ ମଧ୍ୟ ଉପସ୍ଥାପିତ ହେବ । ରେଳ ବଜେଟରେ ଓଡ଼ିଶାକୁ ଦାବି ଠାରୁ ଅଧିକ ମିଳିପାରେ ବୋଲି ଆଶା କରାଯାଉଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ସରକାର ରେଳ ପ୍ରକଳ୍ପ ସମୂହ ପାଇଁ ୭ହଜାର ୬୦୦ କୋଟି ଟଙ୍କା ଦାବି ଉପସ୍ଥାପନା କରିଥିଲା ବେଳେ ମିଳିଥିଲା ୯ହଜାର ୭୩୪ କୋଟି ଟଙ୍କା । ୨୦୨୩-୨୪ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୮ହଜାର ୪୦୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି ।