ବ୍ୟାଙ୍କରେ ସରକାରୀ ଟଙ୍କା ଜମା ଉପରେ ଜାରି ହୋଇଥିବା କଟକଣା ନେଇ ମତ ବଦଳାଇଲେ ଓଡିଶା ସରକାର । କହିଲେ ବ୍ୟାଙ୍କଗୁଡିକର ଆର୍ଥିକ ସ୍ଥିତିକୁ ନେଇ ଉଠାଉ ନାହାନ୍ତି ପ୍ରଶ୍ନ

ଆରବିଆଇର ହସ୍ତକ୍ଷେପ ପରେ ସରକାରଙ୍କ ମତ ବଦଳିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

565

କନକ ବ୍ୟୁରୋ: ସରକାରୀ ଟଙ୍କା ବ୍ୟାଙ୍କରେ ଜମା କରିବା ଉପରେ ରାଜ୍ୟ ସରକାର ଜାରି କରିଥିବା କଟକଣା ନିଷ୍ପତିକୁ ବଦଳାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ହସ୍ତକ୍ଷେପ ପରେ ମତ ବଦଳାଇଛନ୍ତି ସରକାର । କହିଛନ୍ତି ବ୍ୟାଙ୍କ ଗୁଡିକ ସଂପୂର୍ଣ୍ଣ ଭାବରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନସ୍ଥ ପ୍ରସଙ୍ଗ । ବ୍ୟାଙ୍କଗୁଡିକର ଆର୍ଥିକ ସ୍ଥିତି ଉପରେ ସରକାର କୌଣସି ପ୍ରକାର ପ୍ରଶ୍ନ କରୁନଥିବା ସ୍ପଷ୍ଟୀକରଣ ଦେଇଛନ୍ତି ।

ଗତ ୨୧ ତାରିଖରେ ସରକାରୀ ତହବିଲର ଟଙ୍କାକୁ ବ୍ୟାଙ୍କଗୁଡିକରେ ଜମା ରଖିବା ଉପରେ କଟକଣା ଜାରି କରିଥିଲେ ରାଜ୍ୟ ସରକାର । ସରକାରୀ ଅନୁମୋଦନ ପାଇଥିବା ବ୍ୟାଙ୍କଗୁଡିକର ଆର୍ଥିକ ସ୍ଥିତି ନେଇ ସନ୍ଦେହ ପ୍ରକାଶ ପାଉଥିବା ଦର୍ଶାଇଥିଲେ । ଏହାସହ ରାଜ୍ୟ ତହବିଲରୁ ସିଧାସଳଖ ଟଙ୍କା ଖର୍ଚ୍ଚ କରିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବ୍ୟାଙ୍କ ଗୁଡିକର ଆର୍ଥିକ ସ୍ଥିତାବସ୍ଥାକୁ ନେଇ ସାଧାରଣରେ ଏକ ବଡ ସନ୍ଦେହ ସୃଷ୍ଟି ହୋଇଥିଲା । ଏହାସହ ବ୍ୟାଙ୍କଗୁଡିକ ଉପରେ ରାଜ୍ୟ ସରକାରଙ୍କ ଭରସା ନଥିବା ନେଇ ପ୍ରଶ୍ନ ଛିଡା ହୋଇଥିଲା ।