ସ୍ୱାଧୀନତା ସଂଗ୍ରାମୀ ସହିଦ୍ ଭଗତ୍ ସିଂହ , ସୁଖଦେବ ଏବଂ ରାଜଗୁରୁଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବା ପାଇଁ ଆଗକୁ ଆସିଲେ କଂଗ୍ରେସ ନେତା ! ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି ।

196

ବିଜେପିରୁ ସାବରକରଙ୍କୁ ଭାରତରତ୍ନ ମିଳିବାକୁ ନେଇ ଆଲୋଚନା ପରେ ଏବେ କଂଗ୍ରେସ ସହିଦ୍ ଭଗତ୍ ସିଂହଙ୍କୁ ଭାରତ ରତ୍ନ ଦେବା ପାଇଁ ସ୍ୱର ଉତ୍ତୋଳନ କରିଛି । ଆନନ୍ଦପୁର ସାହିବ୍ ରୁ ସାଂସଦ ହୋଇଥିବା ଏବଂ କଂଗ୍ରେସ ପ୍ରବକ୍ତା ମନିଷ୍ ତିୱାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସହିଦ୍ ଭଗତ୍ ସିଂହ , ରାଜଗୁରୁ ଏବଂ ସୁଖଦେବଙ୍କୁ ଭାରତ ରତ୍ନ ଦେବା ପାଇଁ କହିଛନ୍ତି । ଏହାସହ ଚଣ୍ଡୀଗଡ ଏୟାରପୋର୍ଟ ନାଁ ସହିଦ୍ ଭଗତ୍ ସିଂହଙ୍କ ନାଁ ଅନୁସାରେ କରିବା ପାଇଁ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିକୁ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ୍ ରେ ସେୟାର୍ କରି ମନୀଷ୍ ତିୱାରୀ ଲେଖିଥିଲେ, ସହିଦ୍ –ଏ-ଆଜମ୍ ଭଗତ୍ ସିଂହ , ସୁଖଦେବ ଏବଂ ରାଜଗୁରୁଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ ପ୍ର୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋର ଚିଠି । ସରକାର ଔପଚାରିକ ଭାବେ ସହିଦ୍ –ଏ-ଆଜମ୍ ଭଗତ୍ ସିଂହଙ୍କୁ ଏହି ସମ୍ମାନ ଦିଅନ୍ତୁ ଏବଂ ତାଙ୍କ ସ୍ମରଣରେ ଚଣ୍ଡୀଗଡ ଏୟାରପୋର୍ଟକୁ ସମର୍ପିତ କରନ୍ତୁ । ୨୬ ଜାନୁଆରୀ ୨୦୨୦ ରେ ଏହି ତିନି ସ୍ୱାଧୀନତା ସଂଗ୍ରାମୀ ବୀରଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ସେ ଅପିଲ୍ କରିଛନ୍ତି । ଆପଣଙ୍କୁ କହିରଖୁଛୁ ମହାରାଷ୍ଟ୍ର ନିର୍ବାଚନ ସମୟରେ ବିଜେପି ନିଜ ଘୋଷଣାପତ୍ରରେ ସାବରକର୍ ଙ୍କୁ ଭାରତ ରତ୍ନ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ସେତେବେଳେ ମନୀଷ୍ ତିୱାରୀ କଟାକ୍ଷ କରି କହିଥିଲେ , ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ୍ ଗଡସେଙ୍କୁ ଏହି ସମ୍ମାନ ଦେବା ପାଇଁ କାହିଁକି ଚେଷ୍ଟା କରାଯାଉନାହିଁ?