ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ଅବ୍ୟାହତ ରହିବା ନା ସ୍ଥଗିତ ରହିବ, ଆଜି ନିଷ୍ପତ୍ତି

165

କନକ ବ୍ୟୁରୋ : ଡ୍ରାଇଭର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଅବ୍ୟାହତ ରହିବା ସହ ସ୍ଥଗିତ ରହିବ, ତାହା ଆଜି ସ୍ପଷ୍ଟ ହେବ । ଏନେଇ ସୂଚନୂ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଡ୍ରାଇଭର ମହାସଂଘ ସମ୍ପାଦକ ବାବୁଲା ତ୍ରିପାଠୀ । ଗୁରୁବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଡ୍ରାଇଭର ମହାସଂଘ ମୁଖ୍ୟ ଶାସନ ସଚିବଙ୍କ ଆଗରେ ସେମାନଙ୍କର ୧୦ ଦଫା ଦାବି ଉପସ୍ଥାପନ କରିଥିଲେ ।

ସରକାର ତିନି ମାସରେ ଦାବି ଗୁଡ଼ିକର ସମାଧାନ ପାଇଁ ପ୍ରତିଶ୍ରୁତ ଦେଇଛନ୍ତି । ତେବେ ଡ୍ରାଇଭର ମହାସଂଘ ଆନ୍ଦୋଳନ ପ୍ରତ୍ୟାହାର ନେଇ ସୂଚନା ଦେଇନାହିଁ । ଆଜି ହୁଏତ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଖିପାରନ୍ତି । ସେପଟେ ଡ୍ରାଇଭରଙ୍କ ଆନ୍ଦୋଳନ ଭିତରେ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଘରୋଇ ମାଲିକ ସଂଘ ଆଜିଠାରୁ ବସ୍ ଚଳାଚଳ କରିବାକୁ ଧମକ ଦେଇଛି ।

ସେପଟେ, ମାଲଗୋଦାମକୁ ମହାରାଷ୍ଟ୍ର, କର୍ଣ୍ଣାଟକ, ପଶ୍ଚିମବଙ୍ଗରୁ ଚିନି, ହଳଦିଆ, ମାଣ୍ଡେଲାରୁ ଖାଇବା ତେଲ, ମହାରାଷ୍ଟ୍ର, ଛତିଶଗଡ଼, ଆନ୍ଧ୍ରପ୍ରଦେଶରୁ ଡାଲି, ଛତିଶଗଡ଼, ଆନ୍ଧ୍ର, କର୍ଣ୍ଣାଟକ, ତେଲେଙ୍ଗାନାରୁ ଚାଉଳ, ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ ସୋରିଷ ଆମଦାନୀ ହେଉଛି । ଦୈନିକ ଏହି ରାଜ୍ୟରୁ ୫୦ କୋଟି ଟଙ୍କାର ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ହୋଇଥାଏ । କିନ୍ତୁ ବୁଧବାର ଓ ଗୁରୁବାର ଦୈନିକ କାରବାର ଏଠି ୫ କୋଟି ବି ଟପିନାହିଁ । କଟକ ସହର ଉପକଣ୍ଠର ବ୍ୟବସାୟୀମାନେ ଭୟରେ ଚାରି ଚକିଆ ଗାଡ଼ି ମାଲଗୋଦାମକୁ ଆଣୁନାହାନ୍ତି । ବାଇକରେ ଅତ୍ୟାବଶ୍ୟକ ସାମଗ୍ରୀ ନେଉଥିବା ଦେଖିବାକୁ ମିଳୁଛି ।

ଆଖପାଖର ବ୍ୟବସାୟୀ ଏଭଳି ପରିସ୍ଥିତିରେ ଆସୁଥିବା ବେଳେ ଦୈନିକ ମାଲଗୋଦାମ ଉପରେ ନିର୍ଭର କରୁଥିବା ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ପୁରୀ, ଖୋର୍ଧା ଭଳି ୮ଟି ଜିଲ୍ଲାର ବ୍ୟବସାୟୀ ମାଲଗୋଦାମ ଆସିପାରୁ ନାହାନ୍ତି ।