ଗୋଲ୍ଡେନ ବାବା ଜ୍ୟୋତିରଞ୍ଜନଙ୍କ ସମ୍ପତ୍ତି ଆଟାଚ୍ । ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ

260

କନକ ବ୍ୟୁରୋ: ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେହେରାଙ୍କ ସଂପତ୍ତି ଆଟାଚ୍ । ୧ କୋଟି ୫୩ ଲକ୍ଷ ଟଂକାର ସମ୍ପତ୍ତିି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଘର, ଦାମୀ ଗାଡି ଓ ଫ୍ରିଜ ଆକାଉଂଟର ଟଙ୍କା ଜବତ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ମୋଟ୍ ୧୧୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଜ୍ୟୋତିି ବେହେରା । ଚେକ୍ ବାଉନସ ହେବାରୁ ୨୦୧୮ରେ ଡିସେମ୍ବର ୩୧ରେ ଗିରଫ କରିଥିଲା ଚନ୍ଦ୍ରଶେଖରପୁର ଥାନା । ଠକେଇ ଟଙ୍କାରେ ଗୋଲଡେନ ବାବା ଅଡି, ଜାଗୁଆର ଓ ବିଏମଡବ୍ଲ୍ୟ କିଣିଥିଲେ । କିଛି ଦିନ ତଳେ ନୟାପଲୀ ଅଞ୍ଚଳରୁ ଦାମୀ ଗାଡି ସିଜ୍ କରିଥିଲା ଇଡି ।