ଆଜି ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ଜାଭଲିନ୍ ଉପରେ ସମସ୍ତଙ୍କ ନଜର । ଫାଇନାଲ ଖେଳିବେ ଓଡିଆ ପୁଅ କିଶୋର ଜେନା, ଗାଁ ମାଟିରେ ଚାଲିଛି ପୂଜାର୍ଚ୍ଚନା

298

କନକ ବ୍ୟୁରୋ: ବିଶ୍ୱ ଆଥଲେଟ ଚାମ୍ପିୟନସିଫ ଫାଇନାଲରେ ପ୍ରବେଶ କରିଥିବା ଓଡିଆ ଆଥଲେଟ କିଶୋର ଜେନାଙ୍କ ସଫଳତା ପାଇଁ ଚାଲିଛି ପୂଜାର୍ଚ୍ଚନା । ଆଜି ବିଶ୍ୱ ଆଥଲେଟ ଚାମ୍ପିୟନସିଫର ଫାଇନାଲ ହେବାକୁ ଯାଉଛି । ପ୍ରତିଯୋଗିତାରେ କିଶୋରଙ୍କୁ ସଫଳତା ମିଳୁ ବୋଲି ପୂଜାର୍ଚ୍ଚନା କରିଛନ୍ତି ବ୍ରହ୍ମଗୀରି ବାସିନ୍ଦାଙ୍କ ସମେତ ପରିବାର । ଗ୍ରାମବାସୀ ଠାକୁରାଣୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜା କରିଛନ୍ତି ।

ବ୍ରହ୍ମଗିରିର କୋଠସାହି ଗାଁର ପୁଅ ହେଉଛନ୍ତି କିଶୋର ଜେନା । ଫାଇନାଲରେ କିଶୋର ଜେନାଙ୍କ ସମେତ ନୀରଜ ଚୋପ୍ରା ଓ ଡିପି ମନୁ ପ୍ରବେଶ କରିଛନ୍ତି । ଫାଇନାଲ ଲିଷ୍ଟରେ ନୀରଜ ଚୋପ୍ରା ପ୍ରଥମ ସ୍ଥାନରେ, ଡିପି ମନୁ ଅଷ୍ଠମ ସ୍ଥାନରେ ଓ ୯ମ ସ୍ଥାନରେ ରହିଛନ୍ତି ଓଡିଆ ପୁଅ କିଶୋର । ଭାରତୀୟ ସମୟ ଅନୁସାରେ ରାତି ୧୧ଟା ୪୫ ମିନିଟରେ ଆରମ୍ଭ ହେବ ଫାଇନାଲ ଫାଇଟ ।ତେବେ ପ୍ରଥମ ଓଡିଆ ଭାବେ ଫାଇନାଲରେ କିଶୋର ପ୍ରବେଶ କରିଥିବାରୁ ତାଙ୍କ ଉପରେ ରହିଛି ସମସ୍ତ ଭାରତୀୟଙ୍କ ନଜର ।