କଫସିରଫ୍ ମାଫିଆଙ୍କୁ ଧରିଲା ପୁଲିସ । ୮ ହଜାର ୩୮୦ ବୋତଲ କଫ ସିରଫ ଜବତ

177

କନକ ବ୍ୟୁରୋ: ଆଉ ତିନି କଫ୍ ସିରଫ ମାଫିଆ ଗିରଫ । ଜବତ ହେଲା ୮ ହଜାର ୩୮୦ ବୋତଲ କଫ ସିରଫ । ଗତ ୨୨ ତାରିଖରେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଚଢ଼ାଉ କରାଯାଇ ୭ ହଜାର ୮ ଶହ କଫ୍ ସିରଫ ଜବତ କରାଯାଇଥିଲା । ଏହି ଘଟଣାରେ ୫୮ ଜଣକୁ ଗିରଫ କରିଥିବାବେଳେ ପୁଣି ଏହି ଲିଙ୍କରେ ଏବେ ତିନି ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତ ହେଲେ କଟକ ଜିଲ୍ଲା ଚୈାଦ୍ୱାର ଥାନା ଚାରବାଟିଆର ସିଦ୍ଧାନ୍ତ କୁମାର ନାୟକ, କଟକ ଟାଉନର ପୂର୍ଣ୍ଣଚନ୍ଦ୍ର ବେହେରା ଓ ବରଗଡ଼ ଗଙ୍ଗାଧର ନଗରର ଲକ୍ଷ୍ମୀଧର ବେହେରା । ଏମାନେ ସମସ୍ତେ ବିଭିନ୍ନ ଜିଲ୍ଲାକୁ ଏହି କଫ ସିରଫ ଯୋଗାଉଥିବା ସୂଚନା ଦେଇଛନ୍ତି ବରଗଡ଼ ଏସପି ପ୍ରହଲ୍ଲାଦ ସହାୟ ମୀନା । ବରଗଡ଼ ଜିଲ୍ଲାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଲକ୍ଷ୍ୟରେ ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଏହି କ୍ରମରେ ବିଭିନ୍ନ ସମୟରେ ପୋଲିସ ଚଢାଉ କରି ବେଆଇନ କାରବାର ଉପରେ ରୋକ୍ ଲଗାଇବାକୁ ଚେଷ୍ଟା କରୁଛି ।