ମହାପ୍ରସାଦ ପାଇଁ ଆବଶ୍ୟକ ନାହିଁ ଜିଆଇ ଟ୍ୟାଗ ! ବିଧାନସଭାରେ ଆଇନ ମନ୍ତ୍ରୀଙ୍କ ଜବାବ

49

କନକ ବ୍ୟୁରୋ : ଜଗନ୍ନାଥ ମହାପ୍ରସାଦର ଜିଆଇ ଟ୍ୟାଗ ନେଇ ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । ଜଗତରନାଥ ଜଗନ୍ନାଥ କେବଳ ଶ୍ରୀକ୍ଷେତ୍ରରେ ବିରାଜମାନ କରୁଥିବା ସହ ତାଙ୍କ ପ୍ରସାଦକୁ ମହାପ୍ରସାଦର ମାନ୍ୟତା ପୁରାଣରେ ବର୍ଣ୍ଣିତ ହୋଇଥିବା ଆଇନମନ୍ତ୍ରୀ କହିଛନ୍ତି । ଏପରି ପୁରାଣକୁ ଆଧାର କରି ରସଗୋଲା ବି ଓଡିଶାର କହୁଥିଲେ ରାଜ୍ୟ ସରକାର । ତେବେ ଏହାକୁ ବଙ୍ଗଲା ନେଇଗଲା । ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ ହାଲୁକା ମନୋଭାବ ଯୋଗୁ ଓଡିଶାରୁ ମହାପ୍ରସାଦ ଅନ୍ୟ ରାଜ୍ୟକୁ ଚାଲିଯିବନି ତ?

mahaprasadବିଶ୍ୱପ୍ରସିଦ୍ଧ ଜଗନ୍ନାଥଙ୍କ ମହାପ୍ରସାଦର ମାଲିକାନା ଅନ୍ୟ କେହି ନେଇ ଯାଇ ପାରନ୍ତି କି ? ଏଭଳି ଆଶଙ୍କା କରି ବିଧାନସଭାରେ ପ୍ରଶ୍ନ ପଚାରିଛନ୍ତି ବିଧାୟକ ପ୍ରିୟଦର୍ଶୀ ମିଶ୍ର । ବାଙ୍ଗଲାର ରସୋଗଲା ପରି ପୁରୀ ମହାପ୍ରସାଦକୁ ଆଉ କେହି ଜିଆଇ ମାନ୍ୟତା ପାଇଁ ଆବେଦନ କରିପାରନ୍ତି ବୋଲି ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ସ୍କନ୍ଧ ପୁରାଣରେ ପୁରୀ ମହାପ୍ରସାଦକୁ ନେଇ ବର୍ଣ୍ଣନା ରହିଛି । ଏହା ଛଡା ଉତ୍କଳଖଣ୍ଡ ସମେତ ୨୮ଟି ପ୍ରାଚୀନ ସଂସ୍କୃତ ଶାସ୍ତ୍ରରେ ଏହାକୁ ମହାପ୍ରସାଦର ମାନ୍ୟତା ଦିଆଯାଇଛି । ଏହାକୁ ଆଧାର କରି ମହାପ୍ରସାଦ କେବଳ ଓଡିଶାର ବୋଲି ଦାବି କରୁଛନ୍ତି ରାଜ୍ୟ ସରକାର । ହେଲେ ଗୁଜୁରାଟ ଓ ଦିଲ୍ଲୀରେ ମଧ୍ୟ ବଡ ବଡ ଜଗନ୍ନାଥ ମନ୍ଦିର ରହିଛି । ପୁରୀ ପରି ସେଠାରେ ବି ପ୍ରସାଦ ସେବନ ହୁଏ ଯାହାକୁ ମହାପ୍ରସାଦ କୁହାଯାଏ । ହେଲେ ଯଦି ଏହି ରାଜ୍ୟମାନେ ମହାପ୍ରସାଦର ଜିଆଇ ଟ୍ୟାଗ ପାଇଁ ଆବେଦନ କରନ୍ତି, କେତେ ଦମ୍ଭ ଦେଖାଇବ ଆଇନମନ୍ତ୍ରୀଙ୍କ ଉତ୍ତର ।