ଜାଣନ୍ତୁ ସେହୱାଗଙ୍କ ‘ରିୟଲ୍ ହିରୋ’ କିଏ ? ଯିଏକି ବଂଚାଇଥିଲେ ଶତାଧିକ ଯାତ୍ରୀଙ୍କର ଜୀବନ

34

ଦମଦାର ବ୍ୟାଟିଂ ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଥିବା ଭାରତୀୟ କ୍ରିକେଟର ତଥା ବିରେନ୍ଦ୍ର ସେହୱାଗ ଏବେ ସୋସିଆଲ ମିଡିଆରେ ବି ରହିଛନ୍ତି ବେଶ୍ ଚର୍ଚ୍ଚାରେ । ସେହୱାଗ ନିଜ ପ୍ରଶଂସକଙ୍କ ସହିତ ବର୍ତ୍ତମାନ ସୋସିଆଲ ମିଡିଆ ଜରିଆରେ ପୁଣି ଥରେ ଯୋଡି ହୋଇଯାଇଛନ୍ତି । ତେବେ ସେହୱାଗଙ୍କ ଟୁଇଟ୍ ନା ହିଁ ଖାଲି ମଜାଳିଆ ହୋଇଥାଏ ତାହା ନୁହେଁ ବରଂ ସାମାଜିକ କାର୍ଯ୍ୟକଳାପ ସହ ମଧ୍ୟ ଜଡିତ ଥାଏ । ଇତି ମଧ୍ୟରେ ସେହୱାଗ ରବିବାର ଦିନ କରିଥିବା ଏକ ଟୁଇଟରେ ତାଙ୍କ ହିରୋଙ୍କ ସହିତ ପ୍ରଶଂସକଙ୍କୁ ଭେଟ କରିଥିଲେ ।

ବିରେନ୍ଦ୍ର ସେହୱାଗଙ୍କ ଏହି ହିରୋ ହେଉଛନ୍ତି ଭୀମ ଯାଦବ । ଯିଏ କି ନିଜର ଉପସ୍ଥିତି ବୁଦ୍ଧି ବଳରେ ସମୟ ଥାଉ ଥାଉ ଶତାଧିକ ଟ୍ରେନ ଯାତ୍ରୀଙ୍କ ଜୀବନ ବଂଚାଇଥିଲେ । ସେହୱାଗ ନିଜର ଟୁଇଟର ପେଜରେ ଲେଖିଥିଲେ କି- ଭେଟନ୍ତୁ । ମୋର ଏହି ରିୟଲ ହିରୋଙ୍କୁ , ଯିଏ କି ଦ୍ରୁତବେଗରେ ମାଡି ଆସୁଥିବା ଟ୍ରେନକୁ ଭାଙ୍ଗି ଯାଇଥବା ଟ୍ରାକ୍ ପାରିହେବା ପୂର୍ବରୁ ରୋକି ଦେଇଥିଲେ ଆଉ ଡ୍ରାଇଭରଙ୍କର ସୃଷ୍ଟି ଆକର୍ଷଣ କରିବା ଲାଗି ନିଜର ପିନ୍ଧା ପୋଷାକକୁ ଓହ୍ଲାଇ ତାକୁ ଲଗାତର ଭାବେ ଜୋର ଜୋରରେ ଉଡାଇଥିଲା । ଶେଷରେ ଡ୍ରାଇଭର ଏମରଜେନ୍ସି ବ୍ରେକ୍ ଲଗାଇ ଟ୍ରେନଟିକୁ ରୋକିଥିଲେ !

ଏଠାରେ ଆମେ କହି ରଖୁଛୁ କି, ଏହା ପୂର୍ବରୁ ବି ସେହୱାଗ ରୋହିତ ଶର୍ମାଙ୍କର ୩୫ଟି ବଲରେ ସେଂଚୁରି ମାରିବା ଉପରେ ଏକ କୌତୂହଳ ପୂର୍ଣ୍ଣ ଳଟୁଇଟ୍ କରିଥିଲେ । ତେବେ ମ୍ୟାଚ ପରେ ସେହୱାଗ ନିଜର ଟୁଇଟର ପେଜରେ ଲେଖିଥିଲେ କିଛି ଏପରି . . .