ବାଲେଶ୍ୱର ମେଡିକାଲ ମେଡିସିନ ୱାର୍ଡରେ ଗ୍ୟାସ ଲିକ୍ । ଆଖି ପୋଡଜଳା ହେଉଥିବା ଅଭିଯୋଗ ଆଣିଲେ ରୋଗୀ ଓ ସମ୍ପର୍କୀୟ

42

କନକ ବ୍ୟୁରୋ: ବାଲେଶ୍ୱର ମେଡିକାଲର ମେଡିସିନ ୱାର୍ଡରେ ଗ୍ୟାସ ଲିକ୍ ହୋଇଥିବା ଅଭିଯୋଗ ଆସିଛି । ଅଣନିଶ୍ୱାସୀ ହେବା ସହ ଆଖି ପୋଡିବା ଅଭିଯୋଗ ଆଣିଛନ୍ତି ରୋଗୀ ଓ ସମ୍ପର୍କୀୟ । ଏପରିକି କିଛି ରୋଗୀ ବି ବାହାରି ଆସିଛନ୍ତି । ହସପିଟାଲ ମ୍ୟାନେଜର କହିଛନ୍ତି , ଗ୍ୟାସ ଲିକ ହୋଇନାହିଁ ।

ତେବେ ସାନିଟାଇଜେସନ ପାଇଁ ବ୍ୟବହାର ହୋଇଥିବା ଫର୍ମାଲିନ୍ ପ୍ରଭାବରେ ଆଖି ପୋଡିଥିବା କହିଛନ୍ତି ମେଡିକାଲକ କର୍ତପକ୍ଷ ମ୍ୟାନେଜର । ପରିସ୍ଥିତି ଉପରେ ତୀଷ୍ମ ନଜର ରଖାଯାଇଛି ।