ନାଁ ନନେଇ ପ୍ରଦୀପଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ । ଜନବିରୋଧୀ କହି ଜୋରଦାର ବର୍ଷିଲେ

439

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଥିବାବେଳେ ଦକ୍ଷିଣ ଓଡିଶାରେ ଡେରା ପକାଇଛନ୍ତି, ବିଜେଡିର ପାୱାରଫୁଲ ନେତା ଭି. କେ. ପାଣ୍ଡିଆନ । ଆଉ ପ୍ରତିଦିନ ୪ରୁ ୫ଟି ସ୍ଥାନରେ ଜନସଭା କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । ଏଥିସହ ବିରୋଧୀଙ୍କୁ ଜୋରଦାର ଟାର୍ଗେଟ କରୁଛନ୍ତି ।

  • ନାଁ ନନେଇ ପ୍ରଦୀପଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ
  • ଜନବିରୋଧୀ କହି ଜୋରଦାର ବର୍ଷିଲେ

ଦକ୍ଷିଣ ଓଡିଶାରେ ନିର୍ବାଚନ ପ୍ରଚାର ଚଳାଇଥିବା ଭିକେ ପାଣ୍ଡିଆନ, ନାଁ ନେଇ ବ୍ରହ୍ମପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଟାର୍ଗେଟ କରିଛନ୍ତି । ଛତ୍ରପୁରରେ ଏକ ଜନସମାବେଶକୁ ସମୋଧିତ କରିବା ସମୟରେ କହିଛନ୍ତି, ଯିଏ ଜନବିରୋଧୀ କାର୍ଯ୍ୟକରି ଜେଲ ଯାଇଛି, ତାର ସ୍ଥାନ ଜେଲରେ । ତାଙ୍କର ସଂସଦ ଯିବାର ଯୋଗ୍ୟତା ନାହିଁ । ଏଥିସହ ନିର୍ବାଚନ ସମୟରେ କେବଳ ଡବଲ ଇଞ୍ଜିନ କଥା ଶୁଭେ କିନ୍ତୁ  ନବୀନ ଇଞ୍ଜିନ ଦୁଃଖସୁଖରେ ରୁହେ ବୋଲି କହିଛନ୍ତି ନବୀନ ।

ପ୍ରଚାର ମଇଦାନରୁ ପ୍ରଦୀପଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ ପରେ ସରଗରମ ହୋଇଛି ଗଞ୍ଜାମ ରାଜନୀତି । ପାଣ୍ଡିଆନଙ୍କ ଟାର୍ଗେଟ ପରେ କଡା ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ପାଣିଗ୍ରାହୀ । ତେବେ ପାଣ୍ଡିଆନ ଗୋଟିଏ ଦିନରେ ଗଞ୍ଜାମର ବେଗୁନିଆପଡା, ଦିଗପହଣ୍ଡି, ଛତ୍ରପୁରରେ ପ୍ରଚାର କରିଛନ୍ତି । ତା ପରେ କୋରାପୁଟ ଜୟପୁର ନିର୍ବାଚନ ମଣ୍ଡଳୀକୁ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।