୭୦ ବର୍ଷରେ ବାପା ହେଲା କଇଁଛ , ଫିଟନେସ ଟେଷ୍ଟ ପରେ ଚକିତ ହୋଇଗଲେ ବୈଜ୍ଞାନିକ

158

କନକ ବ୍ୟୁରୋ : ଏବେ ଆମେ ଯେଉଁ ପରିବେଶ ମଧ୍ୟରେ ବାସ କରୁଛୁ ସେହି ପରିବେଶରେ ଜଣେ ସୁସ୍ଥ ମଣିଷର ହାରା ହାରି ଆୟୁଷ ହେଉଛି ୬୦ ବର୍ଷ । ହେଲେ ଥରେ ଭାବନ୍ତୁ ତ ବିଶ୍ୱରେ ଏମିତି କିଛି ପ୍ରଜାତିର କଇଁଛ ରହିଛନ୍ତି ଯେଉଁମାନଙ୍କ ହାରାହାରି ଆୟୁଷ ୭୦ ବର୍ଷରୁ ଅଧିକ । କେବଳ ସେତିକି ନୁହେଁ ଏବେ ସେହି ପ୍ରଜାତିର ଏକ କଇଁଛ ୭୦ ବର୍ଷରେ ବି ବାପା ହୋଇପାରିଛି । ଅର୍ଥାତ ୭୦ ବର୍ଷ ବୟସରେ ବି ତାର ପ୍ରଜନନ କ୍ଷମତା ଅତୁଟ ରହିଛି । ଏହି ପ୍ରଜାତିର କଇଁଛମାନଙ୍କୁ ପ୍ରାଣୀ ବିଜ୍ଞାନ ଭାଷାରେ ଗାଲାପେଗୋସ ପ୍ରଜାତି ବୋଲି କୁହାଯାଏ ।

ଏହି ପ୍ରଜାତିର କଇଁଛ ମାନଙ୍କ ଉପରେ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନେ କହନ୍ତି କି, ଏବେ ବିଶ୍ୱରେ ଗାଲାପେଗୋସ ପ୍ରଜାତିର ମାତ୍ର ୧୫ ହଜାର କଇଁଛ ବଞ୍ଚିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କଇଁଛ ତାଙ୍କ ଜୀବନକାଳରେ ୬ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବଢିପାରନ୍ତି । ଏହାସହ ଏମାନଙ୍କର ଓଜନ ୨୦୦ କେଜି ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । କଇଁଛଟି ବାପା ହେବା ଜାଣିବା ପରେ ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ସେମାନେ ତାର ଫିଟନେସ ଟେଷ୍ଟ ମଧ୍ୟ କରାଇଛନ୍ତି ।

ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଯେ ବ୍ରିଟେନରେ ଏହି ପ୍ରଜାତିର ଏକ ୭୦ ବର୍ଷିୟ କଇଁଛ ଏବେ ବାପା ହୋଇଛନ୍ତି । ଏହି କଇଁଛର ୨୧ ବର୍ଷିୟା ସାଥୀ ଚାର୍ଲି ଏବେ ୨ ଟି ମାଇ କଇଁଛ ଜନ୍ମ ଦେଇଛି । ଅର୍ନ୍ତଜାତୀୟ ଗଣମାଧ୍ୟମ ‘ଦି ସନ’ ମୁତାବକ ଏହି ଅଣ୍ଡିରା କଇଁଛଟିକୁ ୧୯୬୨ ମସିହାରେ ବ୍ରିଟେନ ଅଣାଯାଇଥିଲା । ତାକୁ ପ୍ରଶାନ୍ତ ମହାସାଗରର ଗାଲାପାଗୋସ ଆଇସଲାଣ୍ଡରୁ ଧରାଯାଇଥିବାରୁ ଏହି ପ୍ରଜାତିର ନାମ ଗାଲାପାଗୋସ ରଖାଯାଇଛି ।