ବାଘ ଶିକାରୀକୁ ଧରାଇଦେଲା ଫଟୋ: ୪ଜଣଙ୍କୁ ଗିରଫ କଲା ନୟାଗଡ ବନଖଣ୍ଡ ରେଞ୍ଜ କର୍ମଚାରୀ

413

କନକ ବ୍ୟୁରୋ: ବାଘ ଶିିକାର କରିବା ଓ ଶିକାର ପରେ ସେହି ମୃତ ବାଘ ସହ ଫଟୋ ଉଠାଇବା ଶିକାରୀଙ୍କୁ ମହଙ୍ଗା ପଡିଛି । ୪ବର୍ଷ ତଳେ ବାଘ ସହ ଉଠାଇଥିବା ସେହି ଫଟୋ ଏବେ ତାକୁ ଧରାଇ ଦେଇଛି । ଏହି ଘଟଣାରେ ନୟାଗଡ ବନଖଣ୍ଡ ପଂଚରିଡା ରେଞ୍ଜ ବନକର୍ମଚାରୀମାନେ ଗୁରୁବାର ସମ୍ପୃକ୍ତ ଶିକାରୀ ସଞ୍ଜୟ ସ୍ୱାଇଁଙ୍କୁ ଗିରଫ କରିଛନ୍ତି । ତାଙ୍କୁ ଶନିବାର କୋର୍ଟଚାଲାଣ କରାଯିବ । ସଞ୍ଜୟଙ୍କଠାରୁ ଶିକାର ସମୟର ତାର ଓ ଛୁରି ଜବତ କରାଯାଇଛି । ଅନ୍ୟ ୩ଶିକାରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟ ତିନି ଶିକାରୀଙ୍କୁ ଗିରଫ କରିବାକୁ ବନ ବିଭାଗ ଚେଷ୍ଟା ଚଳାଇଛି ।

ସୂଚନା ଅନୁସାରେ ଏହି ଫଟୋ ବନବିଭାଗକୁ ମିଳିବା ଫଟୋରେ ଥିବା ଯୁବକକୁ ଖୋଜିବା ଆରମ୍ଭ କରିଥିଲା ବନବିଭାଗ । ତାପରେ ଯୁବକ ଜଣଙ୍କ ଶରଣକୁଳ ନିକଟ ପଂଚରିଡ ବନାଂଚଳ ଅର୍ନ୍ତଗତ ଗୋଡିପଲ୍ଲୀ ଗାଁର ସଞ୍ଜୟ ସ୍ୱାଇଁ । ସଞ୍ଜୟଙ୍କ ଘରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । କିନ୍ତୁ ସଞ୍ଜୟ ଘରେ ନଥିବାରୁ ଧରାପଡିନଥିଲା । ପରେ ସେ ଭୁବନେଶ୍ୱରରେ ରହୁଥିବା ସୂଚନା ମିଳିଥିଲା । ଆଉ ଶୁକ୍ରବାର ଘରକୁ ଆସିଥିବାବେଳେ ଗିରଫ କରାଯାଇଛି ।