ଲଘୁଚାପ ପ୍ରଭାବରେ ବର୍ଷା ଜାରି, ୧୪ରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷିବ

74

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରିରହିଛି । ଶନିବାର ଉପକୂଳ ଓଡିଶାରେ ବର୍ଷା ଜାରିରହିଥିବା ବେଳେ ଆସନ୍ତାକାଲି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।


ଅତିପ୍ରବଳ ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ପାଣି ଜମିବା ସହ ସହରୀ ବନ୍ୟା ପରିସ୍ଥିତି ଉପୁଜିପାରେ । ଓଡିଶା ଉପକୂଳ ଏବଂ ତାର ଆଖପାଖ ଅଞ୍ଚଳରେ ପବନ ସହ ଘଣ୍ଟା ପ୍ରତି ୪୫ରୁ ୫୫ କିମି ସହ ସର୍ବାଧିକ ୬୫ କିମି ଯାଏ ରହିବ ।