ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବ : ଗୁରୁଗ୍ରାମର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ନେଇ ଝିଅଙ୍କ ସୂଚନା

331

କନକ ବ୍ୟୁରୋ : ଜେଡିୟୁର ପୂର୍ବତନ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଶରଦଙ୍କ ମୃତ୍ୟୁ ଖବର ସମ୍ପର୍କରେ ତାଙ୍କ ଝିଅ ସୂଚନା ଦେଇଛନ୍ତି । ଏ ନେଇ ସେ ଟ୍ୱିଟ କରିଛନ୍ତି । କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବାରୁ ତାଙ୍କୁ ଗୁରୁଗ୍ରାମର ଏକ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ଶରଦ ଯାଦବ ଜଣେ ଏଭଳି ରାଜନେତା ଯିଏ ୩ଟି ରାଜ୍ୟ ବିହାର, ମଧ୍ୟପ୍ରଦେଶ ଓ ଉତରପ୍ରଦେଶରୁ ଲୋକସଭାକୁ ନିର୍ବାଚିତ ହୋଇଥିଲା ।

ବିହାରର ମାଧେପୁରା ଲୋକସଭା ଆସନରୁ ୪ ଥର, ମଧ୍ୟପ୍ରଦେଶର ଜବଲପୁରର ୨ ଥର ଓ ଉତର ପ୍ରଦେଶର ବଦାୟୁଁରୁ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଶରଦ ଯାଦବ ୩ ଥର ରାଜ୍ୟସଭାକୁ ବି ଯାଇଥିଲେ । କେନ୍ଦ୍ରରେ ସେ ଅନେକ ଥର କେନ୍ଦ୍ରମନ୍ତ୍ରୀ ବି ହୋଇଛନ୍ତି । ୧୯୮୯-୯୦ରେ ସେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ୧୯୯୫ ମସିହାରେ ଜନତା ଦଳର କାର୍ଯ୍ୟକାରୀ ସଭାପତି ଓ ୧୯୯୭ରେ ସଭାପତି ବି ହୋଇଥିଲେ ଶରଦ ଯାଦବ । ୧୯୯୯ରୁ ୨୦୦୪ ଯାଏଁ କେନ୍ଦ୍ରରେ ବିଭିନ୍ନ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଥିଲେ ଶରଦ ଯାଦବ ।