ଆଜିଠୁ ଶିଶିର ସରସ ମେଳା ଆରମ୍ଭ : ଓରମାସ ପକ୍ଷରୁ ଆୟୋଜିତ ଏହି ମେଳାରେ ପଡିବ ୩୫୦ ଷ୍ଟଲ

138

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ଶିଶିର ସରସ ମେଳା । ଓରମାସ ପକ୍ଷରୁ ଆୟୋଜିତ ଏହି ମେଳା ଆଜିଠୁ ଆସନ୍ତା ୨୯ ତାରିଖ ଯାଏ ଚାଲିବ ବୋଲି କୁହାଯାଇଛି । ଭୁବନେଶ୍ୱର ବରମୁଣ୍ଡାରେ ହେବାକୁ ଥିବା ମେଳାରେ ୩୫୦ ଷ୍ଟଲ ପଡିବାର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ୨୪ଟି ରାଜ୍ୟର ହସ୍ତଶିଳ୍ପ, ଖାଦ୍ୟ ମସଲା ଏବଂ ଅନ୍ୟାନ୍ୟ ଷ୍ଟଲ ରହିବ । ମେଳାକୁ ଅଧିକ ଆକର୍ଷଣିୟ କରିବାକୁ ସେଠାରେ ହକି ବିଶ୍ୱକପର ମ୍ୟାଚ ଲାଇଭ ଦେଖିବାର ବ୍ୟବସ୍ଥା କରାଯାଇଛି । ସେହିପରି ହକି ବିଶ୍ୱକପ ପାଇଁ ରାଉରକେଲାରେ ଜାନୁଆରୀ ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କହିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରନ୍ସିପାଲ ସଚିବ ସୁଶିଲ କୁମାର ଲୋହାନୀ ।