ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ବେଳେ ସାମ୍ନାକୁ ଆସିଲା ରୋଚକ ଦୃଶ୍ୟ: ପାକିସ୍ତାନୀ ଦିବ୍ୟାଙ୍ଗ ଫ୍ୟାନଙ୍କୁ ଅଟୋଗ୍ରାଫ ଦେଲେ ପୂର୍ବତନ କ୍ରିକେଟର ହରଭଜନ ସିଂ

356

କନକ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ଶତୃତା ରହିଆସିଛି । କୂଟନୈତିକ ସ୍ତରରେ ଉପୟ ଦେଶ ମୁହାଁମୁହିଁ ହୋଇଆସିଛନ୍ତି । କିନ୍ତୁ ଏହି ତିକ୍ତ ସମ୍ପର୍କ କ୍ରିକେଟର ଓ ଫ୍ୟାନଙ୍କୁ ରୋକିପାରିନି । ଓଭାଲରେ ଏବେ ଚାଲିଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ । ଏହି ସମୟରେ ଏପରି କିଛି ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି । ଭାରତୀୟ ପୂର୍ବତନ କ୍ରିକେଟର ହରଭଜନ ସିଂହ ଭାଷ୍ୟକାର ଭାବେ ନଜର ଆସୁଛନ୍ତି । ସେ ପଡିଆରେ ଥିବା ବେଳେ ଜଣେ ପାକିସ୍ତାନୀ ଦିବ୍ୟାଙ୍ଗ ପ୍ରଶଂସକ ତାଙ୍କର ଅଟୋଗ୍ରାଫ ନେବାକୁ ଇଚ୍ଛା କରିଥିଲେ, ଆଉ ଭଜି ନିଜେ ତାଙ୍କ ପାଖକୁ ଯାଇ ଅଟୋଗ୍ରାଫ ଦେଇଥିଲେ । ଏହାଯୋଗୁଁ ପାକିସ୍ତାନୀ ଫ୍ୟାନ ଜଣକ ବେଶ୍ ଖୁସି ହୋଇଯାଇଥିଲେ । ଏହି ଭିଡିଓ କୁ ପ୍ରଥମେ ସେୟାର କରିଥିଲେ ଷ୍ଟାରସ୍ପୋର୍ଟସ ରେ କାର୍ଯ୍ୟରତ ଓଡିଆ ପୁଅ ପ୍ରସନ୍ନ ପ୍ରଧାନ । ଏହା ଏବେ ଭାଇରାଲ ହେବାରେ ଲାଗିଛି ।