କାହିଁକି ବାହା ହୋଇନାହାନ୍ତି ରତନ ଟାଟା? ଏହି ପ୍ରଶ୍ନ ପଛରେ ଲୁଚି ରହିଛି ପ୍ରେମ କାହାଣୀ ଆଉ ବାପା ମାଆଙ୍କ ପ୍ରତାରଣା

838

କନକ ବ୍ୟୁରୋ : କଥାରେ ଅଛି ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ଅକୁହା କଥା ରହିଥାଏ । ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ରତନ ଟାଟା । ଇଏ ଏମିତି ଜଣେ ବ୍ୟକ୍ତିତ୍ୱ ଯାହାଙ୍କୁ ସମସ୍ତେ ନିଶ୍ଚୟ ଜାଣିଥିବେ । ସଫଳତାର ଉଦାହରଣ ଦେବାକୁ ହେଲେ ପ୍ରଥମେ ରତନ ଟାଟାଙ୍କ ନାଁ ଆସେ । ଜୀବନରେ ଅନେକ ସଫଳତା ହାସଲ କରିଥିଲେ ବି ରତନ ଟାଟାଙ୍କ ଜୀବନରେ କିଛି ଅକୁହା କଥା ରହିଯାଇଛି । ଜାଣିଛନ୍ତି କି, ରତନ ଟାଟା ୮୪ ବର୍ଷରେ ପାଦ ଥାପିଥିବା ବେଳେ ସେ ଆଜି ଯାଏଁ କାହିଁ ବିବାହ କରିନାହାନ୍ତି ? ଏହି ପ୍ରଶ୍ନ ପଛରେ ଲୁଚି ରହିଛି ପ୍ରେମ କାହାଣୀ…
ବିଶିଷ୍ଟ ବିଜନେସମ୍ୟାନ୍ ରତନ ଟାଟାଙ୍କ ଜନ୍ମ ଡିସେମ୍ବର ମାସ ୨୮ ତାରିଖ ୧୯୩୭ରେ ହୋଇଥିଲା । ଟାଟା ଗ୍ରୁଫର ପୂର୍ବତ୍ତନ ଚେୟାରମ୍ୟାନ୍ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରପାରିଛନ୍ତି । ବିଜନେସରେ ରତନ ଟାଟା ସଫଳତାର ଶୀର୍ଷ ଛୁଇଁଛନ୍ତି ସତ କିନ୍ତୁ ପ୍ରେମ ମାମଲାରେ ରତନ ଟାଟା ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି । ଏକ ଟିଭି ଇଣ୍ଟରବ୍ୟୁରେ ଉଦ୍ୟୋଗପତି ରତନ ଟାଟା ତାଙ୍କର ଲଭ୍ ଷ୍ଟୋରିକୁ ନେଇ ଅନେକ ଖୁଲାସା କରିଛନ୍ତି ।

ସାକ୍ଷାତକାରରେ ରତନ ଟାଟା କହିଛନ୍ତି, ମୋର ଜଣଙ୍କ ସହ ପ୍ରେମ ହୋଇଥିଲା କିନ୍ତୁ ପ୍ରେମକୁ ମୁଁ ବିବାହ ପର୍ଯ୍ୟନ୍ତ ପହଞ୍ଚାଇପାରିଲିନି । ଯେତେବେଳେ ମୁଁ ଆମେରିକାରେ ଥିଲି ସେତେବେଳେ ପ୍ରେମ ସମ୍ପର୍କକୁ ନେଇ ଅତ୍ୟଧିକ ସିରିୟସ୍ ହୋଇଯାଇଥିଲି । କିନ୍ତୁ ପରେ ମୋତେ ଆମେରିକା ଛାଡି ଭାରତ ଆସିବାକୁ ପଡିଲା । କିନ୍ତୁ ମୋ ପ୍ରେମିକା ଭାରତ ଆସିବାକୁ ଚାହୁଁନଥିଲା । ଶେଷରେ ମୋ ପ୍ରେମିକା ଆମେରିକାରେ ଜଣେ ବ୍ୟକ୍ତିଙ୍କ ସହ ବିବାହ କରିନେଇଥିଲେ । ଏଥିପାଇଁ ମୁଁ ବିବାହ କରିପାରିନଥିଲି । ଏହାପରେ ମୁଁ ବିବାହକୁ ନେଇ ୪ଥର ସିରିୟସ୍ ହୋଇଛି କିନ୍ତୁ କୌଣସି ନା କୌଣସି କାରଣ ପାଇଁ ପଛକୁ ହଟିଆସିଛି । ଆଉ ଏବେ ଯେତେବେଳେ ମୁଁ ପୂର୍ବକଥା ଭାବେ ମତେ ଲାଗେ ମୁଁ ଯାହା ନିଷ୍ପତି ନେଇଛି ତାହା ଠିକ୍ ଥିଲା । ମୁଁ ବାହା ହୋଇଥିଲେ ଆଜି ସ୍ଥିତି କିଛି ଅଲଗା ଥାନ୍ତା । ରତନ ଟାଟା ତାଙ୍କ ଜୀବନର ଆଉ ଏକ ଅକୁହା କଥା ଟିଭି ସାକ୍ଷାତକାରରେ ସେୟାର କରିଥିଲେ, ଯେତେବେଳେ ସେ ୭ବର୍ଷର ଥିଲେ ସେତେବେଳେ ତାଙ୍କ ବାପା ମାଆ ଅଲଗା ହୋଇଯାଇଥିଲେ । ପିଲାଟି ଦିନରୁ ରତନ ଟାଟା ବାପା ମାଆଙ୍କ ସ୍ନେହ ବିନା ବଞ୍ଚି ଆସିଛନ୍ତି । ତାଙ୍କ ଜେଜେ ମାଆ ତାଙ୍କର ଲାଳନପାଳନ କରିଥିଲେ । ତାଙ୍କ ଜେଜେ ମାଆ ହିଁ ତାଙ୍କ ପାଇଁ ସବୁକିଛି ଥିଲେ ବୋଲି ସେ ସାକ୍ଷାତକାରରେ କହିଛନ୍ତି ।