ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଟିଏମକୁ ଅକ୍ତିଆରକୁ ନେବାକୁ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ: କମ୍ପାନୀରେ ପହଞ୍ଚି ସର୍ବେକ୍ଷଣ କଲେ ଅଧିକାରୀ

182

କନକ ବ୍ୟୁରୋ: ଓଟିମକୁ ନିଜ ଅକ୍ତିଆରକୁ ନେବା ପାଇଁ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଟିଏମର ଜମି, ଯନ୍ତ୍ରାସ ଓ କୋଠାକୁ ନିଜ ଅକ୍ତିଆରକୁ ନେବ ପ୍ରଶାସନ । ଚୌଦ୍ୱାର ସ୍ଥିତ ଓଟିଏମ କାରଖାନା ସହ ଓଟିଏମ କଲୋନୀରେ ଅଧିକାରୀ ମାନେ ପହଂଚି ସର୍ବେକ୍ଷଣ ଆରମ୍ଭ କରିଛନ୍ତି । ଆସନ୍ତା ୫ ତାରିଖ ଭିତରେ ଓଟିଏମର ସମସ୍ତ ସମ୍ପତି ହାତକୁ ନେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି କମ୍ପାନୀର ରକ୍ଷଣାବେକ୍ଷଣା ଦାୟିତ୍ୱ ଏବେ ରାଜ୍ୟ ସରକାରଙ୍କର । ଓଟିଏମର ୫୨୧ ଏକର ଜାଗା ସହିତ କମ୍ପାନୀକୁ ରାଜ୍ୟ ସରକାରୁ ହସ୍ତାନ୍ତର କରାଗଲା ବୋଲି ସୂଚନା ଦେଇଛନ୍ତି ହାଇକୋର୍ଟ ଲିକ୍ୟୁଡ଼େଟର ।